Saturday, February 21, 2026
34.5 C
Odisha

    ଜାହାଜର ପେଣ୍ଟିଂ ଘରେ ଲଗାଉଛନ୍ତି କିଁ ତେବେ ନିହାତି ଜାଣନ୍ତୁ…

    ଆଗକୁ ପଢନ୍ତୁ

    ବାସ୍ତୁଶାସ୍ତ୍ର ଅନୁଯାୟୀ, ସମୃଦ୍ଧି ତଥା ସଫଳତାର ପ୍ରତୀକ କୁହାଯାଉଥିବା ଜାହାଜର ପେଣ୍ଟିଂକୁ ଘରେ ଲଗାଇବା ଶୁଭ ହୋଇଥାଏ। କାରଣ ଜାହାଜର ସମ୍ପର୍କ ଯାତ୍ରା, ପରିବହନ ତଥା ବ୍ୟାପାର ସହ ଜଡିତ ହୋଇଥାଏ। ତେବେ କେଉଁ ଭଳି ଜାହାଜର ପେଣ୍ଟିଂକୁ ଘରେ ଲଗାଇବା ଉତ୍ତମ ଜାଣନ୍ତୁ :-
    * ଶାନ୍ତ ଜଳରେ ଜାହାଜଟି ସୁଚାରୁ ରୂପେ ଚାଲୁଥିବାର ପେଣ୍ଟିଂକୁ ଘରେ ଲଗାଇବା ସବୁଠୁ ଶୁଭ ହୋଇଥାଏ। କାରଣ ଏହା ସ୍ଥିରତା, ଶାନ୍ତି ତଥା ନିରନ୍ତର ପ୍ରଗତିର ସୂଚନା ଦିଏ।

    * ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ପେଣ୍ଟିଂରେ ଜାହାଜଟି ଝଡ଼, ତୋଫାନରେ ଫସି ଥିବାର ଦର୍ଶାଯାଇଥାଏ; ତେବେ ସେଭଳି ପେଣ୍ଟିଂକୁ ଘରେ ଲଗାଇବା ଠିକ୍‌ ନୁହେଁ। ଏହା ଘରେ ନକାରାତ୍ମକ ପ୍ରଭାବ ପକାଇ ଅଶାନ୍ତି ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି।

    * ଭାଙ୍ଗି ଯାଇଥିବା କିମ୍ବା ପାଣିରେ ବୁଡ଼ି ଯାଉଥିବା ଜାହାଜର ପେଣ୍ଟିଂକୁ ବି ଘରେ ଲଗାଇବା ଶୁଭଙ୍କର ନୁହେଁ। ଏହା ଘର ପ୍ରତି ବିପଦ ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

    * ପୂର୍ବଦିଗକୁ ଉତ୍ତମ ସ୍ବାସ୍ଥ୍ୟ, ସମୃଦ୍ଧି ତଥା ନୂଆ ଆରମ୍ଭର ଦିଗ ବୋଲି କୁହାଯାଏ। ତେଣୁ ପୂର୍ବ ଦିଗକୁ ମୁହଁ କରି ରହୁଥିବା ଜାହାଜର ପେଣ୍ଟିଂ ଲଗାଇଲେ ଘରେ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି।

    * ଧନର ଦେବତା କୁବେର ଯେହେତୁ ଉତ୍ତର ଦିଗର ସ୍ବାମୀ। ତେଣୁ ଉତ୍ତର ଦିଗକୁ ମୁହଁ କରି ରହୁଥିବା ଜାହାଜର ପେଣ୍ଟିଂ ଲଗାଇଲେ ଘରେ ଆର୍ଥିକ ସ୍ଥିତି କୁଆଡ଼େ ଭଲ ରହିଥାଏ।

    * ଦକ୍ଷିଣ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ ଜାହାଜର ପେଣ୍ଟିଂ ଲଗାଇବା ଆଦୌ ଠିକ୍‌ ନୁହେଁ। ଏହା ଘରେ ଅଯଥା ଅଶାନ୍ତି, ଜଟିଳ ପରିସ୍ଥିତି, ସ୍ବାସ୍ଥ୍ୟହାନୀର ସମସ୍ୟା ସୃଷ୍ଟି କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    15 %
    2.3kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ