Saturday, October 10, 2026
23.6 C
Odisha

    ଜିଦିଆ ପିଲା ପାଇଁ ଚିନ୍ତିତ କି, ଆପଣନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଆଜିକାଲି ଜିଦିଆ ପିଲାଙ୍କୁ ସମ୍ଭାଳିବା ମାତା ପିତାଙ୍କ ପାଇଁ ଏକ ପ୍ରକାର ଆହ୍ୱାନ ପାଲଟିଯାଇଛି। ବିଶେଷ କରି ଏକକ ପରିବାରରେ ଉଭୟ ଦମ୍ପତ୍ତି କର୍ମଜୀବୀ ହୋଇଥିବାରୁ ସେମାନଙ୍କ ସନ୍ତାନ ଅଧିକ ବିଶୃଙ୍ଖଳିତ ହୋଇଥାନ୍ତି। ଅପରପକ୍ଷରେ କର୍ମଜୀବୀ ଦମ୍ପତ୍ତି ସେମାନଙ୍କ ସନ୍ତାନକୁ କମ୍ ବୟସରୁ ହାତରେ ମୋବାଇଲ ଦେଇଥାନ୍ତି। ପରିଣାମ ସ୍ୱରୂପ ପିଲାଟି ଖେଳକୁଦ ଛାଡ଼ି କମ୍ ବୟସରୁ ସୋସିଆଲ ଲାଇଫରୁ ଦୂରେଇ ଯାଇଥାଏ ଏବଂ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଇଥାଏ। ପିଲାଙ୍କୁ ଶିଷ୍ଟାଚାର ଶିଖାଇବା ସହଜ ପାଠ ନୁହେଁ। ପିଲାଙ୍କ ମନ କୋମଳ ତେଣୁ ମାତା ପିତାଙ୍କୁ ସ୍ନେହ ଏବଂ ଧୈର୍ଯ୍ୟ ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ପ୍ରୟାସ କରିବା ଉଚିତ। ଜିଦିଆ ପିଲାଙ୍କ ଉପରେ ବଳ ପ୍ରୟୋଗ କରି ଶିଷ୍ଟାଚାର ଶିଖାଇବା ଅନେକାଂଶରେ ବିଫଳ ହୋଇଥାଏ। ତେବେ ଏଭଳି ସ୍ଥିତିକୁ ଏଡ଼ାଇବା ପାଁଇ ମାତା ପିତାମାନେ ପିଲାମାନଙ୍କୁ ଏହିସବୁ କଥା ଶିଖାଇବା ଉଚିତ।

    ଦୁଇ ଜଣ କଥା ହେଉଥିବା ସମୟରେ କିଛି ବି କହିବା ଅଭଦ୍ରାମି ଅଟେ। କିଛି କହିବାକୁ ଚାହୁଁଥିଲେ ସାମ୍ନା ବ୍ୟକ୍ତିର ଅନୁମତି ଲୋଡ଼ିପାରିବେ କିମ୍ବା ସେମାନଙ୍କ କଥା ଶେଷ ହେବାର ଅପେକ୍ଷା କରିବା ପାଇଁ ବୁଝାନ୍ତୁ।

    କାହାର ବିନା ଅନୁମତିରେ ସେମାନଙ୍କ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଏହା ଉଭୟ ମାତା ପିତାଙ୍କ ଏବଂ ପିଲାଙ୍କ ଇମେଜ୍ ଉପରେ ପ୍ରଭାବ ପକାଇପାରେ।

    କୌଣସି ଜିନିଷ ବ୍ୟବହାର କରିବା ପରେ ଯଥା ସ୍ଥାନରେ ରଖିବା ଉଚିତ। ଏହା ଦ୍ୱାରା ଜିନିଷ ବ୍ୟବସ୍ଥିତ ରହିଥାଏ ଏବଂ ହଜିନଥାଏ।

    ସମସ୍ତଙ୍କ ସହ ନମ୍ର ବ୍ୟବହାର ଏବଂ ସଭ୍ୟ ଭାଷାରେ କଥାବାର୍ତ୍ତା କରିବା ଉଚିତ। ଆପଣ ଆଶା କରୁଥିବା ବ୍ୟବହାର ଅନ୍ୟ ପ୍ରତି ମଧ୍ୟ ଦର୍ଶାଇବା ଉଚିତ।

    ପିଲାଙ୍କୁ ସରି ଏବଂ ଥ୍ୟାଙ୍କ୍ ୟୁ କହିବା ଶିଖାନ୍ତୁ। ନିଜ ଭୁଲ ଥିଲେ ସ୍ୱିକାର କରିବା ଉତ୍ତମ ଗୁଣର ଲକ୍ଷଣ ଅଟେ। ସେହିପରି କିଏ ଆପଣଙ୍କୁ ସାହାଯ୍ୟ କରିଥିଲେ ପ୍ରତିବଦଳରେ ଥ୍ୟାଙ୍କ୍ ୟୁ କହିବା ଉଚିତ। ଏହା ସମ୍ପର୍କ ସୁଦୃଢ଼ କରିବା ପାଇଁ ସହାୟକ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ