Friday, October 23, 2026
20.3 C
Odisha

    ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନ ନିଲମ୍ବିତ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

    ଆଗକୁ ପଢନ୍ତୁ

    ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ଦୁର୍ବ୍ୟବହାର ଘଟଣାରେ ରେଢ଼ାଖୋଲ ତହସିଲ ଅଫିସର ଅମିନ ତଥା ରେକର୍ଡ କିପର କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ନିଲମ୍ବନ ଅବଧି ସମୟରେ ତାଙ୍କୁ ରେଢ଼ାଖୋଲ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ଘଟଣାରେ ତହସିଲଦାର ଦେବାଶିଷ ପାତ୍ର ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ପଠାଇଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଓ ତାଙ୍କ ଅଫିସର ଅମିନ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଢ଼ାଖୋଲ ଉପ-ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ବିଭିନ୍ନ ପକ୍ଷର ବୟାନ ଓ ସିସିଟିଭି ଫୁଟେଜ ଆଧାରରେ ଉପ-ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଏହି ଘଟଣା ଘଟିଥିଲା। ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ତହସିଲଦାରଙ୍କୁ ଭେଟିବାକୁ ତାଙ୍କ ଚ୍ୟାମ୍ବରକୁ ଯାଇଥିବା ବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ଅମିନ କୁଳମଣି ନାଏକ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.3 ° C
    20.3 °
    20.3 °
    80 %
    0.9kmh
    25 %
    Fri
    29 °
    Sat
    29 °
    Sun
    28 °
    Mon
    27 °
    Tue
    24 °

    ସମ୍ବନ୍ଧିତ