Saturday, May 16, 2026
35.3 C
Odisha

    ଜୀଅନ୍ତା ଜଳିଗଲେ ଆଇନଜୀବୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜୀଅନ୍ତା ଜଳିଗଲେ ଆଇନଜୀବୀ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ପାଣ୍ଡରାରେ ଛାତିଥରା ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇଦେଲେ ଆଇନଜୀବୀ । ମୃତକ ହେଲେ ଦୀପକ କୁମାର ସାହୁ । ଏହା ହତ୍ୟା ନା ଜୀବନ ହାରିବା ତାହା ଏପର୍ଯ୍ୟନ୍ତ ଜଣାପଡିନି। ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ତଦନ୍ତ କରୁଛନ୍ତି ।

    ସୂଚନା ମୁତାବକ ଦୀପକ ଜଣେ ଆଇନଜୀବୀ । ଦୀପକ ଜଣେ ଆଇନଜୀବୀ ଥିଲେ । ପତ୍ନୀ ଓ ୨ ସନ୍ତାନ ଓ ମାଆ ସହ ରହୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସ୍ତ୍ରୀ ଖାଇବା କହିବାରୁ ଛାତ ଉପରୁ ଆସି ପରେ ଖାଇବେ ବୋଲି କହିଥିଲେ । ଦୀପକଙ୍କ ଫେରିବାରେ ବିଳମ୍ବ ହେବାରୁ ୪ ମହଲା ଛାତ ଉପରକୁ ଯାଇଥିଲେ। ହେଲେ ସିଡି କବାଟ ବନ୍ଦ ଥିଲା । ପୋଡ଼ା ଗନ୍ଧ ସାଙ୍ଗକୁ ନିଆଁ ଦେଖି ପତ୍ନୀ ପାଟି କରିବାକୁ ପାଖ ପଡ଼ୋଶୀ ଆସି କବଟା ଭାଙ୍ଗିଥିଲେ । ସେତେବେଳକୁ ଦୀପକହ୍କ ଶରୀର ପୋଡ଼ି ଯାଇଥିଲା । ଦୀପକ ମାନସିକ ରୋଗରେ ଆକ୍ନାତ୍ର ଥିବା କୁହାଯାଉଛି । ଏଥିପାଇଁ ସେ ଔଷଧ ଖାଉଥିଲେ । ହେଲେ ଜୀବନ ହାରିବାର କାରଣ ଜଣାପଡ଼ିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    35.3 ° C
    35.3 °
    35.3 °
    34 %
    3.3kmh
    75 %
    Sat
    35 °
    Sun
    42 °
    Mon
    44 °
    Tue
    47 °
    Wed
    46 °

    ସମ୍ବନ୍ଧିତ