Friday, October 18, 2024
25 C
Odisha

    ଜୀବନରେ ନିଜକୁ ଅସହାୟ ମନେକରିବେ ସେତେବେଳେ କିଛିଟା କଥା କରିବା ଉଚିତ

    ଆଗକୁ ପଢନ୍ତୁ

    ଅନେକ ସମୟ ରେ ଜୀବନ ଆମକୁ କିଛି ଏଭଳି ସ୍ଥିତିରେ ଠିଆ କରିଦେଇଥାଏ, ଯେତେବେଲେକି ଆମେ ସମ୍ପୂର୍ଣ ଅସହାୟ ହୋଇଯାଇ ଥାଉ l ନିଜକୁ ଭିତରୁ ଏଭଳି ଭାଙ୍ଗିବା ଅନୁଭବ କରୁ ଯାହାକି ବଂଚିବାକୁ ଇଛା ହୋଇ ନଥାଏ l ଯେତେବେଳେ ଏଭଳି ସ୍ଥିତିକୁ ସମ୍ମୁଖୀନ କରୁଛନ୍ତି ସେତେବେଳେ କିଛିଟା କଥାକୁ ସାମାନ୍ୟ ଗୁରୁତ୍ୱ ଦେବା ନିହାତି ଜରୁରୀ l ଆସନ୍ତୁ ଜାଣିବା –

    ଯେତେବେଳେ ନିଜକୁ ଅସହାୟ ମନେକରୁଛନ୍ତି ତେବେ କିଛିଟା ସମୟ ନିହାତି ନିଜକୁ ଦେବା ଜରୁରୀ ଏବଂ ନିଜକୁ ଶାନ୍ତ ରଖିବା ପାଇଁ ନିହାତି ମେଡ଼ିଟେସନ କରନ୍ତୁ l

    ଏମିତି ସ୍ଥିତିରେ ନିଜକୁ ଆରାମ ଦେବା ନିହାତି ଜରୁରୀ , ଯାହାକୁ ନେଇ ଆପଣ ଖୁସି ଅନୁଭବ କରିବେ ଏବଂ ମନ ଓ ମସ୍ତିଷ୍କକୁ ରିଲାକ୍ସ ନିହାତି କରିବା ଆବଶ୍ୟକ l

    ନିଜର ଅତି ପ୍ରିୟ ମଣିଷ ଯେପରିକି ମା, ସାନଭଉଣୀ, କିମ୍ବା ଭାଇ ସେମାନଙ୍କ ସହିତ ସମୟ ବିତାନ୍ତୁ ଏବଂ ନିଜର ମନକଷ୍ଟ ସେୟାର ସେମାନଙ୍କ ସହ କରନ୍ତୁ l ମନେରଖନ୍ତୁ ନିଜ ଲୋକଙ୍କ ଛଡା ଆଉ କେହି ଏତେ ହିତକର ବନ୍ଧୁ ହୋଇପାରେ ନାହିଁ l

    ଯଦି ଆର୍ଥିକ ଦୃଷ୍ଟିରୁ କିଛି ଅସଫଳ ହୋଇଛନ୍ତି, ତେବେ ଅତୀତକୁତ ଭୁଲି ହେବନାହିଁ କିନ୍ତୁ ନୂଆ ଭାବରେ ଆଉଥରେ ଜୀବନକୁ ଆରମ୍ଭ କରି ଜିରୋ ରୁ ହୀରୋ ହେବାକୁ ଚେଷ୍ଟା କରନ୍ତୁ l

    ଅନେକ ସମୟରେ ଆମେ ନିଜ ଅସଫଳତାର କାହାଣୀ ମନେପକାଇ ଭିତରୁ ଭାଙ୍ଗି ପଡୁ, କିନ୍ତୁ ମନେରଖନ୍ତୁ ଏହାକୁ ଭାଙ୍ଗି ପଡିବା ଉଚିତ ନୁହେଁ , ବରଂ ଏହି ଅସଫଳତା ଆମକୁ ଜୀବନରେ ଅଧିକ ସଫଳତା ଦେଇଥାଏ l

    ସବୁବେଳେ ଆଗକୁ ବଢିବାର ହେଲେ ଭଲ କଥାକୁ ମନେପକାଇ ଭଲ ଦିନକୁ ମନେପକାଇ ଆଗକୁ ବଢନ୍ତୁ l ଦେଖିବେ କଦାପି ହତାଶ ଲାଗିବ ନାହିଁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ