Sunday, August 2, 2026
29.7 C
Odisha

    ଜୁଏଲାରୀ ଦୋକାନରୁ ଲୁଟ, ଗ୍ୟାସ କଟରରେ କାଟି ଲୁଟ କଲେ

    ଆଗକୁ ପଢନ୍ତୁ

    ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ ନୂଆଁ ଗାଁ ଛକରେ ଥିବା ପ୍ରାଣକୃଷ୍ଣ ଜୁଏଲାରୀ ଦୋକାନରୁ ଲୁଟ । ରାତିରେ ଦୃର୍ବୁତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ଅଳଙ୍କାର ଦୋକାନର ସଟରକୁ କାଟି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କାର ଗହଣା । ଦୋକାନୀଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏଭଳି ଘଟଣା । ଦୃର୍ବୁତ୍ତମାନେ ଦୋକାନର ସଟରକୁ କଟରରେ କାଟି ରୂପା, ସୁନା ଓ ମରାମତି ପାଇଁ ଆସିଥିବା ସବୁ ସୁନା ଗହଣାକୁ ଲୁଟ କରିଛନ୍ତି । ସୁନା ବ୍ୟବସାୟୀ ରେମୁଣା ଗୋଲେଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ତନାଘନା ଆରମ୍ଭ କରିଛି । ତେବେ ସିସି ଟିଭିରେ ସମସ୍ତ ଭିଜୁଆଲ କଏଦ ହୋଇଥିବା ବେଳେ ପୁଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.7kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ