Saturday, October 10, 2026
23.6 C
Odisha

    ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼, ପୋଲିସ ତଦନ୍ତ ଜାରି

    ଆଗକୁ ପଢନ୍ତୁ

    ସୋର  : ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ । ମାଲିକଙ୍କଠାରୁ ଚାବି ବ୍ୟାଗ ନେଇଯାଇଛନ୍ତି ଲୁଟେରା । ପୋଲିସ ଗୁଳି ସହିତ ବାଇକ ଜବତ କରି ତଦନ୍ତ ଚଳାଇଛି ।

    ଜୁଏଲାରୀ ମାଲିକ ହରେକୃଷ୍ଣ ସାହୁ ଓ ପୁଅ ପ୍ରଶାନ୍ତ କୁମାର ସାହୁ ନିଜ ଘର ପଦୁନାକୁ କାରରେ ଯାଇ ଘରେ ପହଁଞ୍ଚିଥିଲେ । ସେତିକିବେଳେ ହଠାତ୍ ଦୁଇଟି ପଲସର ଗାଡ଼ିରେ ମୁଖାପିନ୍ଧା ୪ ଯୁବକ ୪ ରାଉଣ୍ଡ ଫାୟାରିଂ କରି ହରେକୃଷ୍ଣ ହାତରେ ଧରି ଥିବା ବ୍ୟାଗ ଝାମ୍ପି ନେଇଥିଲେ l ପରେ ଗ୍ରାମବାସୀ ମାନେ ଦୌଡ଼ି ଆସିବାରୁ ଲୁଟେରା ମାନେ ପଲସର ଗାଡିକୁ ଛାଡ଼ି ପଳାଇ ଯାଇଥିଲେ l ପରେ ଶିବ ମନ୍ଦିର ଓ ଘର ଠାରୁ କିଛି ଦୁରରେ ପୁଣି ଫାୟାରିଂ କରି ଖସି ପଳାଉଥିବା ବେଳେ କିଛି ଯୁବକ ବିରୋଧ କରିଥିଲେ। ଗୋଟାଏ ବାଇକ ନ ଚାଲିବାରୁ ଛାଡ଼ି ପଳାଇଥିଲେ।

    ଅନ୍ୟପଟେ ଗ୍ରାମବାସୀ ବାଇକ ଜବତ ସହିତ ପୋଲିସ କୁ ଖବର ଦେଇଥିଲେ । ପୋଲିସ ପଲସର ଗାଡି ସହ ୪ ରାଉଣ୍ଡ ଗୁଳି ଜବତ କରି ଛାନଭିନ ଚଳାଇଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ