Thursday, September 17, 2026
30 C
Odisha

    ଜୁନ୍‌ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି

    ଆଗକୁ ପଢନ୍ତୁ

    ପୁରୀ : ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ ଡ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଉନ୍ନୟନ ପ୍ରଶାସକଙ୍କ ଉପସ୍ଥିତରେ ଆଲୋଚନା କରାଯାଇଛି। ପୂର୍ବରୁ ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୯ ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି। ଚନ୍ଦନଯାତ୍ରା ନୀତିକାନ୍ତି ଥିବାରୁ ମରାମତି କାର୍ଯ୍ୟ ବନ୍ଦ ରହିଛି। ଗତ ଡିସେମ୍ବର ୧୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ଚାରିମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ କାର୍ଯ୍ୟ ହୋଇଥିଲା କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ହୋଇପାରିଲା ନାହିଁ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କେବଳ ଚଟାଣ କାର୍ଯ୍ୟ ବାକି ରହିଛି। ଭିତର ରତ୍ନଭଣ୍ଡାରରେ ୯ଟିଷ୍ଟେନଲେସ ବିମ ଲାଗିସାରିଛି। ବାହାର ରତ୍ନଭଣ୍ଡାରର ପାଞ୍ଚଟି ଷ୍ଟେନଲେସ ବିମ୍ ଲାଗିବ। ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରାଯିବ। ମୋଟ ୨୭୭ ପଥର ସମୁଦାୟ ପରିବର୍ତ୍ତନ କରାଯାଇ ଲଗାଯାଇଛି। ୧୪୮ ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି। ଜୁନ୍ ୨୮ରୁ ଜୁଲାଇ ୬ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ଅଧିକ ମରାମତି କାର୍ଯ୍ୟ କରାଯିବ।

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଜୁନ୍‌ ୨୮ରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ। ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଯାଇଛି। କେବଳ ଚଟାଣ କାମ ବାକି ଅଛି। ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ ଏହି ସମୟରେ କରାଯିବ। ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ୍‌ ସେଫ୍ଟିକୁ ଗୁରୁତ୍ବ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିପାଇଁ ଏଏସ୍‌ଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଶ୍ରୀମନ୍ଦିର ଟେକ୍ନିକାଲ କମିଟି, ଏଏସ୍‌ଆଇ ମିଳିତ ଭାବେ ସବୁ ତଦାରଖ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ