Friday, April 3, 2026
27 C
Odisha

    ଜୁନ୍ ୭ରେ ‘ମିସ ଓଡିଶା ଇଣ୍ଡିଆ’ ପ୍ରତିଯୋଗିତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଫେମିନା ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ ପକ୍ଷରୁ ମିସ୍ ଓଡିଶା ଇଣ୍ଡିଆ ଜୁନ ୭ରେ ଅନୁଷ୍ଠିତ ହେବ। ଏନିଗ୍ମା ନାମକ ଏକ ମନୋରଞ୍ଜନ ସଂସ୍ଥା ଯାହା ବିଭିନ୍ନ କାର୍ଯ୍ୟକ୍ରମ, ପୁରସ୍କାର ସମାରୋହ, ସୌନ୍ଦର୍ଯ୍ୟ ପ୍ରତିଯୋଗିତା, କର୍ପୋରେଟ୍ ଏବଂ ଫ୍ୟାଶନ୍ ଇଭେଣ୍ଟ ଇତ୍ୟାଦି ଆୟୋଜନ କରିଥାଏ ତାହା ଦ୍ବାରା ଏହା ଅନୁଷ୍ଠିତ ହେବାକୁ ଯାଉଛି। ଜୁନ୍ ୭ରେ ଭୁବନେଶ୍ୱରର ହୋଟେଲ ଲାଇଫରେ ଅନୁଷ୍ଠିତ ହେବାକୁ ଥିବା ଫେମିନା ମିସ୍ ଇଣ୍ଡିଆ ଅର୍ଗାନାଇଜେସନ୍ ସହଯୋଗରେ ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଶୀର୍ଷକ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜନ କରୁଛି। ଚୟନର ମାନଦଣ୍ଡ ମିସ୍ ଇଣ୍ଡିଆ ଅର୍ଗାନାଇଜେସନର ନିର୍ଦ୍ଦେଶାବଳୀ ଉପରେ ଆଧାରିତ। ଆଗାମୀ ଦିନରେ ଭୁବନେଶ୍ୱରରେ ପ୍ରତିଯୋଗୀଙ୍କ ମଧ୍ୟରେ ଗ୍ରୁମିଂ, ତାଲିମ ଏବଂ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଫାଇନାଲ୍ ପ୍ରତିଯୋଗିତା ୭ ଜୁନ୍ ୨୦୨୫ ରେ ହୋଟେଲ ଲାଇଫରେ ଅନୁଷ୍ଠିତ ହେବ। ଏହି ଗ୍ରାଣ୍ଡ ଫାଇନାଲରେ ବିଜେତା ସିଧାସଳଖ ମିସ୍ ଇଣ୍ଡିଆ ୨୦୨୫ରେ ପ୍ରବେଶ କରିବେ ଯାହା ଅକ୍ଟୋବର ୨୦୨୫ରେ ମୁମ୍ବାଇରେ ଅନୁଷ୍ଠିତ ହେବ ଏବଂ ସେ ଓଡିଶାର ପ୍ରତିନିଧିତ୍ୱ କରିବେ।

    ମିସ୍ ଇଣ୍ଡିଆ ୨୦୨୫ ପ୍ରତିଯୋଗିତାରେ ଭାରତର ପ୍ରତ୍ୟେକ ରାଜ୍ୟରୁ ଜଣେ ପ୍ରତିଯୋଗୀ ରହିବେ। । ଏହି ଇଭେଣ୍ଟର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ। ଏହି ଇଭେଣ୍ଟର ପ୍ରାୟୋଜକମାନେ ହେଉଛନ୍ତି ଏସ୍ଏନ୍ଏମ୍ ଗ୍ରୁପ୍, ଲାଇଫ୍ ହୋଟେଲ୍, ଲୁକ୍ସ୍ ସାଲୁନ୍, ଦୁହିତା ମାନବ, ଆଶୁତୋଷ ଫଟୋମ୍ୟାଜିକ୍ ଏବଂ ଅନ୍ୟମାନେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ