Monday, September 7, 2026
29.1 C
Odisha

    ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର

    ଆଗକୁ ପଢନ୍ତୁ

    ସମ୍ବଲପୁର : ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ।  ସତର୍କ ସୂଚନା ଜାରି କଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି ।  ଜୁନ ୧ରୁ ୩୧ ଜୁନ ମଧ୍ୟରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ ଖୋଲାଯିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

    ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି ।  ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍‌ ୧ ତାରିଖୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ହୀରାକୁଦ୍‌ ଜଳଭଣ୍ଡାରର ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

    ଏନେଇ ବନ୍ୟା ଜଳ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମର ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି ।  ନିଜ ସ୍ତରରେ ଜିଲ୍ଲାପାଳ ମାନେ ସତର୍କ କରାଇବା ପାଇଁ ଚିଠିରେ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    69 %
    2.8kmh
    52 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    29 °

    ସମ୍ବନ୍ଧିତ