Saturday, October 10, 2026
30.1 C
Odisha

    ଜୁନ ୮ରେ ମହାକାଶକୁ ଯିବେ ଗ୍ରୁପ୍‌ କ୍ୟାପଟେନ ଶୁଭାଂଶୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା ଦେଶର ଦ୍ବିତୀୟ ମହାକାଶଚାରୀର ମାନ୍ୟତା ଲାଭ କରିବାକୁ ଯାଉଛନ୍ତି। ସ୍ପେସ୍‌ଏକ୍ସର ‘ଅକ୍‌ଜିୟମ-୪’ ମିଶନରେ ସେ ସାମିଲ ହୋଇଛନ୍ତି। ଜୁନ ୮ ଭାରତୀୟ ସମୟ ସନ୍ଧ୍ୟା ୬ଟା ୪୧ ମିନିଟରେ ଶୁଭାଂଶୁଙ୍କ ସମେତ ଚାରିଜଣ ମହାକାଶଚାରୀ ଫାଲକନ୍‌-୯ ରକେଟ ଯୋଗେ ମହାକାଶକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଶୁଭାଂଶୁ ମିଶନ ପାଇଲଟ୍‌ ଏବଂ ଆମେରିକାର ପେଗି ହ୍ବିଟସନ୍ ମିଶନ କମାଣ୍ଡର ଦାୟିତ୍ବ ବହନ କରିବେ। ଅଭିଯାନରେ ସାମିଲ ଥିବା ଅନ୍ୟ ଦୁଇ ମହାକାଶଚାରୀ ହେଲେ ପୋଲାଣ୍ଡର ସ୍ଲାଓଜ୍‌ ଉଜ୍‌ନାନ୍‌ସ୍କି-ୱିଜ୍‌ନିଏସ୍କି ଏବଂ ହଙ୍ଗେରୀର ଟିବୋର କାପୁ। ଏହି ଚାରି ମହାକାଶଚାରୀ ୧୪ ଦିନ ଆଇଏସଏସ୍‌ (ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ)ରେ ଅବସ୍ଥାନ କରିବାପରେ ଜୁନ ୨୨ରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ। ଶୁଭାଂଶୁଙ୍କ ପ୍ରସ୍ତୁତିକୁ ଇସ୍ରୋ ଅଧ୍ୟକ୍ଷ ଡ଼ ଭି.ନାରାୟଣନ ଉଚ୍ଚପ୍ରଶଂସା କରିଛନ୍ତି। ମହାକାଶରେ ଅବସ୍ଥାନ କାଳରେ ଶୁଭାଂଶୁ ମାଇକ୍ରୋ ଗ୍ରାଭିଟି ପ୍ରସଙ୍ଗରେ ୭ଟି ପରୀକ୍ଷା ନିରୀକ୍ଷା କରିବେ। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଓ ଏକ୍‌ଜିୟମ ସ୍ପେସ୍‌ ସହ ଇସ୍ରୋର ମିଳିତ ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ଇସ୍ରୋ ପକ୍ଷରୁ ୫୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଅପରପକ୍ଷରେ ଶୁଭାଂଶୁ ନିଜ ସହିତ ମୁଗ ଡାଲିର ହାଲୁଆ, ଭାତ, ଆମ୍ବରସ, ରାଜ୍‌ମା-ଚାଉଳ ଏବଂ ଜୟପୁରୀ ମିକ୍ସଡ ତରକାରି ସାଙ୍ଗରେ ନେବେ ବୋଲି ଜଣାପଡିଛି।

    ସୂଚନାଯୋଗ୍ୟ, ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଅତୀତରେ ମହାକାଶ ଯାତ୍ରା ସମୟରେ ସାଙ୍ଗରେ ମାଛ ତରକାରି ଓ ସିଙ୍ଗଡା ନେଇଥିଲେ। ୨୦୨୬ରେ ଇସ୍ରୋ ପକ୍ଷରୁ ‘ଗଗନଯାନ’ ଅଭିଯାନ କାର୍ଯ୍ୟକାରୀ କରାଯିବ। ଏଥିରେ ପ୍ରଥମ ଥର ମହାକାଶଚାରୀଙ୍କ ପଠାଇବାର ବ୍ୟବସ୍ଥା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ