Monday, September 28, 2026
24.7 C
Odisha

    ଜୁଲାଇ ୩ରୁ ଅମରନାଥ ଯାତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଜୁଲାଇ ୩ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବ ବୋଲି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଶ୍ରୀ ଅମରନାଥ ଜୀ ସ୍ରାଇନ ବୋର୍ଡ’ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ୫୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୨୮ରେ ଶେଷ ହେବ। ଏଥିପାଇଁ ଚଳିତମାସ ୧୫ରୁ ନାମ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ। ଆଗ୍ରହୀ ଶ୍ରଦ୍ଧାଳୁମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ, ଆଇସିଆଇସିଆ ୟଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ୍‌ର ଦେଶବ୍ୟାପୀ ୫୫୦ ଶାଖାରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଜଣାପଡିଛି। ଏଥିପାଇଁ ସଂପୃକ୍ତ ବ୍ୟାଙ୍କଗୁଡିକରେ ହେଲ୍‌ପ ଡେସ୍କ ସ୍ଥାପନ କରାଯିବା ସହ ବ୍ୟାଙ୍କ କର୍ମଚାରୀଙ୍କୁ ଆଗୁଆ ତାଲିମ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି। ୧୩ରୁ ୭୦ ବର୍ଷ ବୟସର ଭକ୍ତଙ୍କୁ ଏହି ଯାତ୍ରା ନିମନ୍ତେ ଅନୁମତି ପ୍ରଦାନ କରାଯିବ।

    ଦୁଇଟି ରୁଟ୍‌ ଯଥା ପହଲଗାଓଁ ଏବଂ ବାଲ୍‌ତାଲ ଦେଇ ଭକ୍ତମାନେ ଅମରନାଥ ଗୁମ୍ଫାରେ ବରଫ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇବେ। ଭକ୍ତମାନେ ପ୍ରଥମେ ଜାମ୍ମୁରେ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ଦଫାରେ କଡା ସୁରକ୍ଷା ମଧ୍ୟରେ ଶ୍ରୀନଗର ନିଆଯିବ। ସେଠାରୁ ସେମାନେ ପହଲଗାଓଁ କିମ୍ବା ବାଲ୍‌ତାଲ୍‌ ରୁଟ୍‌ରେ ଯାତ୍ରାରମ୍ଭ କରିବେ। ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ସ୍ବୀକୃତିପ୍ରାପ୍ତ ଡାକ୍ତରଙ୍କ ନିକଟରୁ ସ୍ବାସ୍ଥ୍ୟଗତ ପ୍ରମାଣପତ୍ର ଯୋଗାଡ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏଥିପାଇଁ ସ୍ରାଇନ ବୋର୍ଡ ତରଫରୁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସ୍ବୀକୃତିପ୍ରାପ୍ତ ମେଡିକାଲ ଏବଂ ଡାକ୍ତରଙ୍କ ତାଲିକା ଜାରି କରାଯାଇଛି। ପଞ୍ଜୀକରଣ ସମୟରେ ଠିକ୍‌ ଆଧାର କାର୍ଡ ଓ ଯୋଗାଯୋଗ ନମ୍ବର ଉଲ୍ଲେଖ କରିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ