Saturday, August 22, 2026
25.1 C
Odisha

    ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୨୮ ମୃତ

    ଆଗକୁ ପଢନ୍ତୁ

    ଚୀନ୍ : ଚୀନର ଜିନଜୟାଙ୍ଗ ସହରରେ ଥିବା ଏକ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୨୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

    ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨ଟାରେ ଜୋତା ଫ୍ୟାକ୍ଟ୍ରିର ପ୍ରଥମ ମହଲାରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଶୀଘ୍ର ୫ମହଲା ବିଶିଷ୍ଟ କୋଠାକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଫ୍ୟାକ୍ଟ୍ରିରେ ପ୍ରାୟ ୨୩୭ ଜଣ ଲୋକ କାମ କରୁଥିଲେ । ଯେଉଁମାନଙ୍କ ମଧ୍ୟରେ ୨ ଜଣ ପରିଦର୍ଶକ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ୨୧୩ ଜଣଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୨୮ଜଣଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏଥିସହ ପୋଲିସ ଫ୍ୟାକ୍ଟ୍ରିର ମାଲିକଙ୍କୁ ଗିରଫ କରିବା ସମେତ କମ୍ପାନୀର ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି ।

    ଅନ୍ୟପଟେ ଅଗ୍ନିକାଣ୍ଡ ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ଜିନଜିଆଙ୍ଗ ସହରକୁ ଏକ ମିଳିତ ଦଳ ପଠାଯାଇଛି ବୋଲି ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ