Monday, October 19, 2026
21.6 C
Odisha

    ଜୟପୁରର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଜସ୍ଥାନ : ଜୟପୁରର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଟ୍ରମା କେୟାର ସେଣ୍ଟରର ଦ୍ବିତୀୟ ମହଲାରେ ଥିବା ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋରରେ ଏହି ଘଟଣା ଘଟିଛି । ଏପରି ଘଟଣା ବିଳମ୍ବିତ ରାତି ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ ଘଟିଛି । ସର୍ଟ ସର୍କିଟ୍ ଯୋଗୁଁ ଏହି ଘଟଣା ଘଟିଥିବା ସୂଚନା ମିଳୁଛି ।

    ସୂଚନାନୁଯାୟୀ, ସେହି ୱାର୍ଡରେ ୨୪ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସେହି ୱାର୍ଡରେ ଟ୍ରମା ସେଣ୍ଟର ମଧ୍ୟ ସାମିଲ ରହିଥିଲା । ଷ୍ଟୋରରେ ସଂରକ୍ଷିତ କାଗଜ, ଆଇସିୟୁ ଉପକରଣ ଏବଂ ରକ୍ତ ନମୁନା ଟ୍ୟୁବରେ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତ ରୋଗୀଙ୍କୁ ସେହି ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା । ତେଣୁ ୧୧ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ସେମାନଙ୍କୁ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ହସ୍ପିଟାଲରେ ନିଆଁ ଲାଗିଥିବାରୁ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।

    ଏହାରି ମଧ୍ୟରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପରିବାର ଲୋକେ ହସ୍ପିଟାଲର ଅବହେଳାକୁ ନେଇ ଅଭିଯୋଗ ଆଣିଛନ୍ତି । ପୀଡିତ ପରିବାର ଲୋକେ କହିଛନ୍ତି ଯେ, ଧୂଆଁ ବ୍ୟାପିବା ମାତ୍ରେ ୱାର୍ଡ ବୟ ଏବଂ ଅନ୍ୟ କର୍ମଚାରୀମାନେ ନିଖୋଜ ହୋଇଗଲେ। ଦୀର୍ଘ ସମୟ ଧରି ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ରୋଗୀଙ୍କ ପରିବାର ନିଜେ ସେମାନଙ୍କ ରୋଗୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଦୁଃର୍ଭାଗ୍ୟବସତଃ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ହୋଇଥିଲା ।

    ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ଜବାହର ସିଂହ ବେଧାମ ମଧ୍ୟ ସାମିଲ ରହିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଏବଂ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଥିଲେ । ଏହା ବ୍ୟତୀତ ତଦନ୍ତ ପାଇଁ ହସ୍ପିଟାଲ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ