Monday, April 6, 2026
28.1 C
Odisha

    ଝାଡ଼ଖଣ୍ଡୀ ମହାବଳ ଏବେ ଓଡ଼ିଶାରେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାବଳ ବାଘୁଣୀ ଜୀନତ୍‌ର ପିଛା କରୁଛି ଏକ ଝାଡ଼ଖଣ୍ଡୀ ମହାବଳ ବାଘ। ଗତ ଡିସେମ୍ବର ମାସରେ ଜୀନତ୍ ଯେଉଁ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିଲା ସେହି ରାସ୍ତାରେ ହିଁ ବାଘଟି ଓଡ଼ିଶାମୁହାଁ ହେବାରେ ଲାଗିଛି। ଜୀନତ୍‌ର ପଦଚିହ୍ନ, ମଳ ପଡ଼ିଥିବା ରାସ୍ତାରେ ସେ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁଡ଼ା, ବନ୍ଦୱାନ, ରାଇକା ପାହାଡ଼, ଗଙ୍ଗାମାନ୍ନା ଜଙ୍ଗଲ, ଝାଡ଼ଖଣ୍ଡର ଗୋବରଘୁସି ହୋଇ ଏବେ ଜାମଢ଼ି ଜଙ୍ଗଲରେ ଘୂରି ବୁଲୁଛି। ଏହି ଅଞ୍ଚଳରେ ୩ଟି ଗାଈ ଓ ଦୁଇଟି ଛେଳି ଶିକାର ବି କରିସାରିଲାଣି।ଏହି ମହାବଳା ବାଘଟି ଝାଡ଼ଖଣ୍ଡର ଚାନ୍ଦିଲି ମଣ୍ଡଳ କିମ୍ବା ଡାଲମା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଆସିଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗୁରୁବାର ଦିନ ରାଇକା-ଭାରାରିଆ ପାହାଡ଼ରେ ବାଘଟି ଠାବ ହୋଇଥିଲା। ଶୁକ୍ରବାର ବନ୍ଦୱାନ-କୁଲିପାଳ ରାସ୍ତାର ବାଙ୍କୁଡ଼ା ସୀମାନ୍ତରେ ଏହାକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶନିବାର ଦିନ ବନ ବିଭାଗର ଟ୍ରାପ୍ କ୍ୟାମେରାରେ ଏହି ମହାବଳର ଚିତ୍ର କଏଦ ହୋଇଛି। ପଶ୍ଚିମବଙ୍ଗର ୧୪ଟି ଟିମ୍‌ରେ ୩୦୦ କର୍ମଚାରୀ ଏହାର ପିଛା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ