Monday, September 7, 2026
23.7 C
Odisha

    ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି । ଏନେଇ ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଓଡ଼ିଶା ପୋଲିସର ସିନିୟର୍ ଆଇପିଏସଙ୍କ ସହ ଆଲୋଚନ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ସମ୍ଭାବନା ରହିଛି । ସପ୍ତମ ବାଟାଲିଅନରେ ଭବ୍ୟ କ୍ରାର୍ଯ୍ୟକ୍ରମ ପାଇଁ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି ।

    ଏହି ସମ୍ମାନ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ୍ ଫୋର୍ସକୁ ପ୍ରଦାନକରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ପ୍ରେସିଡେଣ୍ଟ କଲର୍ ଆଓ୍ୱାର୍ଡ। ସାହସିକତା ଏବଂ ବୃତ୍ତିଗତ ସେବାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.7 ° C
    23.7 °
    23.7 °
    92 %
    1.3kmh
    48 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    29 °

    ସମ୍ବନ୍ଧିତ