Thursday, October 8, 2026
21.5 C
Odisha

    ଝିଅ ଜନ୍ମଦିନ ପାଇଁ ନିମନ୍ତ୍ରଣ କରି ଫେରୁଥିଲେ: ବାପା, ଡ୍ରାଇଭର ଭାସିଗଲେ , ଉଦ୍ଧାର କଲେ ଯୁବକ

    ଆଗକୁ ପଢନ୍ତୁ

    ଦଶରଥପୁର : ଝିଅର ଜନ୍ମଦିନ ପାଇଁ ନିମନ୍ତ୍ରଣ କରିବାକୁ ଯାଇ ଫେରୁଥିବା ସମୟରେ ଅଲ୍‌ଟୋ କାର୍‌ ସହ ଭାସିଗଲେ ବାପା ଓ ଡ୍ରାଇଭର। ତେବେ ସ୍ଥାନୀୟ ଜଣେ ସାହସୀ ଯୁବକଙ୍କ ପାଇଁ ଦୁହିଁଙ୍କ ଜୀବନ ଅଳ୍ପକେ ରହିଗଲା। ଗତକାଲି ସନ୍ଧ୍ୟା ୭ଟାରେ ଯାଜପୁର ଜିଲ୍ଲା କୟାଁ ପଞ୍ଚାୟତ ଦରଭା ଗାଁରେ ଘଟିଛି ଏଭଳି ଘଟଣା।

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବରହି ଗ୍ରାମର ପ୍ରଫୁଲ୍ଲ ସାହୁ ଝିଅର ଜନ୍ମଦିନ ଥିବାରୁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ଗ୍ରାମର ବନ୍ଧୁଘରକୁ ନିମନ୍ତ୍ରଣ କରିବାକୁ ଆସିଥିଲେ। ଦଶରଥପୁର ବ୍ଲକ ଦରଭା-ଓଳାଭର ରାସ୍ତାରେ କାର୍‌ ଯୋଗେ ଡ୍ରାଇଭର ସହ ସେ ଘରକୁ ଫେରୁଥିଲେ। ଫେରିବା ସମୟରେ ରାସ୍ତାରେ ବନ୍ୟାଜଳ ସ୍ରୋତ ବଢ଼ିଯାଇଥିଲା। ତାହା ଜାଣିନପାରି ଡ୍ରାଇଭର ଗାଡ଼ି ନେଇ ଯାଇଥିଲେ। ରାସ୍ତାରେ ପ୍ରାୟ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ିଟି ଭାସିଯାଇଥିଲା। କାର୍‌ରେ ଥିବା ଚାନ୍ଦବାଲି ବରହି ଗ୍ରାମର ପ୍ରଫୁଲ୍ଲ ସାହୁ (୩୨) ଓ ଡ୍ରାଇଭର ରମେଶ ଦାଶ (୪୬) ସ୍ରୋତରେ ଭାସିଯାଇଥିଲେ।

    ଏହା ଦେଖି ସ୍ଥାନୀୟ ଦରଭା ଗ୍ରାମର ସାହସୀ ଯୁବକ ମାନସ ସାହାଣୀ (୨୮) ପାଣି ଭିତରକୁ ଲମ୍ଫ ମାରି କାର୍‌ ଭିତରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ଦୁହେଁ ବର୍ତ୍ତିଯାଇଥିଲେ। କିନ୍ତୁ ଗାଡ଼ିଟି ବନ୍ୟାପାଣିରେ ଭାସିଯାଇ ନିକଟସ୍ଥ ପୋଖରୀରେ ବୁଡ଼ିଯାଇଥିଲା। ଡ୍ରାଇଭର ଅଣନିଃଶ୍ବାସୀ ହୋଇଯାଇଥିବାରୁ ତାଙ୍କୁ ଡାକ୍ତରଖାନା ପଠାଯାଇଛି। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଗାଡ଼ିଟିକୁ ଉଦ୍ଧାର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ