Saturday, October 10, 2026
27.9 C
Odisha

    ଟଙ୍କା ପାଇଁ ବାପାଙ୍କୁ ଠେଙ୍ଗାରେ ପିଟି ଜୀବନନେଲା ପୁଅ, ଅଭିଯୁକ୍ତ ଅଟକ

    ଆଗକୁ ପଢନ୍ତୁ

    ବାଙ୍ଗିରିପୋଷି : ଟଙ୍କା ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ । ଟଙ୍କା ନଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ ! ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମୃତକ ବାପା ସାର କିଣିବା ପାଇଁ ଟଙ୍କା ରଖିଥିଲେ । ପୁଅ ସୁମନ୍ତ ଦେହୁରୀ ବାପାଙ୍କୁ ଟଙ୍କା ମାଗିଥିଲେ ।

    ବାପା ଟଙ୍କା ଦେବାକୁ ମନା କରିବାରୁ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଟଙ୍କା ନେଦେବାରୁ ଉତକ୍ଷିପ୍ତ ହୋଇ ପୁଅ ଏକ ଠେଙ୍ଗାରେ ବାପାଙ୍କୁ ଆକ୍ରମଣ କରିଥିବା ମା ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ବାପାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମସ୍ତ ଦିଗ ନେଇ ପୋଲିସ ଅଧିକ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ