Thursday, July 23, 2026
24.8 C
Odisha

    ଟଳିଲା ବଡ଼ ବିମାନ ଦୁର୍ଘଟଣା, ୧୨୪ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାରଇଣ୍ଡିଆ ବିମାନରେ ପକ୍ଷୀ ମାଡ଼

    ଆଗକୁ ପଢନ୍ତୁ

    ରାଜକୋଟ : ରାଜକୋଟର ହିରାସର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ଅଘଟଣ । ରାଜକୋଟରୁ ଦିଲ୍ଲୀ ଯାଉଥିବା ବିମାନରେ ପକ୍ଷୀ ମାଡ଼ ହେବା ଯୋଗୁଁ ବିମାନ ଜରୁରୀ ଅବତରଣ କରିଥିଲା । ଏହି ବିମାନରେ ମୋଟ୍ ୧୨୪ ଜଣ ଯାତ୍ରୀ ରହିଥିଲେ । ଟେକ୍ ଅଫ କରିବାର କିଛି ସମୟ ମଧ୍ୟରେ ପକ୍ଷୀ ମାଡ଼ ହୋଇଥିବା ଜଣାପଡିଥିଲା ।

    ଖବର ମୁତାବକ, ରାଜକୋଟର ହିରାସର ଏୟାରପୋର୍ଟରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ଏହାପରେ ବିମାନକୁ ଜରୁରୀକାଳିନ ଅବତରଣ କରାଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନରେ ଥିବା ସମସ୍ତ ୧୨୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଅବତରଣ କରିପାରିଥିଲେ ।

    ବିମାନର ଫ୍ୟାନ୍ ବ୍ଲେଡରେ ପକ୍ଷୀ ମାଡ଼ ହେବା ପରେ ଇଂଜିନ ଏବଂ ଅନ୍ୟ ବୈଷୟିକ ତ୍ରୁଟି ଆଶଙ୍କା ଦେଖାଦେଇଥିଲା । ଏହି କାରଣ ଯୋଗୁଁ ପାଇଲଟ ଏମରଜେନ୍ସୀ ଲାଣ୍ଡିଂ କରିଥିଲେ । ଏୟାରପୋର୍ଟରେ ଅବତରଣ କରିବା ପରେ ଟେକ୍ନିକାଲ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ଟିମ୍ କ୍ଷତି ପହଞ୍ଚିଥିବା ମରାମତି କାମ ଆରମ୍ଭ ହୋଇଛି । ବିମାନ ମରାମତି ପରେ ଡିଜିସିଏ ଟିମ୍ ଦ୍ବାରା ଯାଞ୍ଚ କରାଯିବା ପରେ ଉଡ଼ାଣ ପାଇଁ ଅନୁମତି ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    89 %
    1.5kmh
    99 %
    Thu
    25 °
    Fri
    29 °
    Sat
    28 °
    Sun
    31 °
    Mon
    32 °

    ସମ୍ବନ୍ଧିତ