Tuesday, September 8, 2026
31.1 C
Odisha

    ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ : ସୋଆକୁ ୭ଟି ସମ୍ମାନ ପ୍ରଦାନ

    ଆଗକୁ ପଢନ୍ତୁ

    ସୋଆ ପରିଚାଳିତ ଆଇଟିଇଆର୍ ଓ ଆଇବିସିଏସ୍ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଓ ମ୍ୟାନେଜମେଂଟ କଲେଜ
    ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ୫ଟି ବିଭାଗ ଓଡ଼ିଶାରେ ଏକ ନମ୍ବର

    ଭୁବନେଶ୍ୱର, ଜୁନ୍ ୨୨: ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଓ ମ୍ୟାନେଜମେଂଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)କୁ ବୁଧବାର କୋଲକାତା ଠାରେ ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି । ଆଇଟିସି ରୟାଲ ବେଙ୍ଗଲ ହୋଟେଲରେ ଆୟୋଜିତ ଟାଇମ୍ସ ନାଓ ବିଜିନେସ୍ ଏକ୍ସଲେନ୍ସ ଆୱାର୍ଡ – ଇଷ୍ଟ ୨୦୨୪ କାର୍ଯ୍ୟକ୍ରମରେ ସୋଆର ଏହି ଦୁଇଟି ଶିକ୍ଷାନୁଷ୍ଠାନକୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରାଯାଇଛି ।
    ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋଲୋଜି, କାର୍ଡିଓଲୋଜି ଆଣ୍ଡ କାର୍ଡିଆକ୍ ସର୍ଜରୀ, ୟୁରୋଲୋଜି, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗ ଗୁଡ଼ିକୁ ଓଡ଼ିଶାର ଏକ ନମ୍ବର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଶ୍ରେଷ୍ଠ ବିଭାଗ ଭାବେ ସମ୍ମାନ ପ୍ରଦାନ କରାଯାଇଛି ।
    ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ଓ ବିଶିଷ୍ଟ ସମାଜସେବୀ ସୋନୁ ସୁଦ, ବଲିଉଡ୍ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପରମବ୍ରତ ଚାଟାର୍ଜୀ ଏବଂ ଆଲାଏନ୍ସ ଫ୍ରାନକେସ ଡୁ ବେଙ୍ଗଲେ ର ନିର୍ଦ୍ଦେଶକ ନିକୋଲାସ୍ ଫାସିନୋ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସୋଆକୁ ଏହି ୭ଟି ସମ୍ମାନ ପ୍ରଦାନ କରିଥିଲେ ।
    ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଅତିଥିମାନଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସମ୍ମାନ ପ୍ରଦାନ ସମୟରେ ଅଭିନେତା ସୋନୁ ସୁଦ, ପରମବ୍ରତ ଚାଟାର୍ଜୀ ଓ ଆଲାଏନ୍ସ ଫ୍ରାନକେସ ଡୁ ବେଙ୍ଗଲେ ର ନିର୍ଦ୍ଦେଶକ ନିକୋଲାସ୍ ଫାସିନୋ ସୋଆକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବିଭିନ୍ନ ଉନ୍ନତିମୂଳକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଟାଇମ୍‌ସ ନାଓ ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଇମାମି ଗ୍ରୁପ୍‌ର ନିର୍ଦ୍ଦେଶକ ଶ୍ରୀ ଆଦିତ୍ୟ ଭି ଅଗ୍ରୱାଲ, ଅମ୍ବୁଜା ନେଓଟିଆ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ହର୍ଷବର୍ଦ୍ଧନ ନେଓଟିଆ, ଆଇଆଇଟି ଖଡ଼ଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପାର୍ଥ ପ୍ରତୀମ ଚକ୍ରବର୍ତୀ, ଟାଇମ୍ସ ନେଟୱାର୍କର ପ୍ରେସିଡେଂଟ ତଥା ସିଓଓ ଶ୍ରୀ ରୋହିତ ଚଢ଼ା ଓ ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ଶ୍ରୀ ବିମାନ ଦତ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ