Tuesday, November 11, 2025
24.7 C
Odisha

    ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି । ସୂଚନା ଅନୁସାରେ, ତିରିଂ ଥାନା ଅଞ୍ଚଳ ଜଂଘିଆ ଗାଁର କେଦାର ଗଡ଼ସରା (୬୫) ଗୁରୁବାର ସକାଳେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ; ହେଲେ ସେ ଦୀର୍ଘ ସମୟ ଧରି ଘରକୁ ଫେରି ନ ଥିଲେ । ଫଳରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ପାଇ ନ ଥିଲେ । ଶୁକ୍ରବାର ସକାଳେ ତାଙ୍କ ପତ୍ନୀ ସୁଦ୍ରା ଗଡସରା ନିଜ ସ୍ୱାମୀଙ୍କ ରକ୍ତାକ୍ତ ମୃତଦେହକୁ ଦେଖି ପ୍ରଥମେ ପରିବାରକୁ ଖବର ଦେଇଥିଲେ । ଏହି ଖବର ପାଇ ତିରିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଗଡସରାଙ୍କ ଦେହରେ ଗଭୀର କ୍ଷତ ରହିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି । ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି । ହତ୍ୟାକାରୀର କୌଣସି ସୁରାକ ମିଳି ନ ଥିବା ପୁଲିସ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    46 %
    2.7kmh
    0 %
    Tue
    23 °
    Wed
    25 °
    Thu
    25 °
    Fri
    25 °
    Sat
    26 °

    ସମ୍ବନ୍ଧିତ