Saturday, March 21, 2026
26.1 C
Odisha

    ଟିଟିଲାଗଡରେ ବିକ୍ରି ଶିଶୁ କନ୍ୟା ଉଦ୍ଧାର

    ଆଗକୁ ପଢନ୍ତୁ

    ଟିଟିଲାଗଡ଼ : ବିକ୍ରି ଶିଶୁ କନ୍ୟା ଉଦ୍ଧାର। ଟିଟିଲାଗଡ ଥାନା ବାଗଡେର ଗାଁର ଏକ ଦାଦନ ଶ୍ରମିକ ପରିବାର ଦାରିଦ୍ର୍ୟତା ନେଇ ତାଙ୍କ ଦ୍ଵିତୀୟ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କାରେ ବିକ୍ରୟ କରିଦେଇଥିଲେ। ଏହାର ମାସକ ପରେ ଗତକାଲି ଘଟଣାଟି ପ୍ରଘଟ ହେବା ପରେ ଟିଟିଲାଗଡ଼ ପୁଲିସ୍‌ ରାତ୍ରିରେ ଉକ୍ତ ଶିଶୁ କନ୍ୟାର ପିତା ନିଲ ରଣାଙ୍କୁ ଘରୁ ଉଠାଇ ଆଣିଥିଲା । ନିଲଙ୍କ କହିବା ଅନୁସାରେ ବରଗଡ଼ ଜିଲା ପାଇକମାଲ ସହରର ହାଟପଦା ପଡ଼ାରୁ ଶିଶୁଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ଟିଟିଲାଗଡ଼ ଥାନା ଆଇଆଇସି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ପୋଲିସ ଶିଶୁଟିକୁ ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିବା ଆଇଆଇସି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ