Wednesday, October 7, 2026
22.5 C
Odisha

    ଟିପିସିଓଡିଏଲ୍‌ ପକ୍ଷରୁ ସେଫ୍ଟି ଆୱାର୍ଡ ପ୍ରଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   : ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଜାତୀୟ ସୁରକ୍ଷା ମାସ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ମାର୍ଚ୍ଚ ୪ରୁ ଏପ୍ରିଲ ୩, ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଅଂଶୀଦାରମାନଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି, ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ନିରାପଦ କାର୍ଯ୍ୟଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉଦ୍‌ଯାପନୀ ସମାରୋହରେ ବରିଷ୍ଠ ନେତୃବୃନ୍ଦ, ସମସ୍ତ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ୍‌ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅଧିବେଶନରେ ଅଧିକାରୀମାନେ ଦୈନନ୍ଦିନ କାର୍ଯ୍ୟରେ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଟିପିସିଓଡିଏଲ୍‌ର ପରିଚାଳନା କ୍ଷେତ୍ରରେ ଶୂନ୍ୟ କ୍ଷତି ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ହାସଲକରିବା ଉପରେ ପୁନର୍ବାର ଗୁରୁତ୍ୱାରୋପ କରିଥିଲେ। କର୍ମଚାରୀମାନଙ୍କୁ ସୁରକ୍ଷା କାର୍ଯ୍ୟପ୍ରଣାଳୀ ସହ ଜଡ଼ିତ କରିବା ପାଇଁ ମାସସାରା ସୁରକ୍ଷା ସଚେତନତା ଅଭିଯାନ, କୁଇଜ୍‌ ପ୍ରତିଯୋଗିତା, ସୁରକ୍ଷା ଶପଥ ପାଠ, ପିପିଇ ସଚେତନତା ଅଧିବେଶନ, ମକ୍‌ ଡ୍ରିଲ୍‌, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କ୍ଷେତ୍ରସ୍ତରୀୟ ସୁରକ୍ଷା ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା। ବିଶେଷକରି କ୍ଷେତ୍ର କର୍ମଚାରୀ ଏବଂ ଚୁକ୍ତିଭିିତ୍ତିକ ଶ୍ରମିକମାନଙ୍କୁ ବିଦ୍ୟୁତ୍‌ ସୁରକ୍ଷା, ବିପଦ ଚିହ୍ନଟ ଏବଂ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ ସିଂ କହିଛନ୍ତି, ନିରନ୍ତର ସଚେତନତା ଏବଂ ପ୍ରଶିକ୍ଷଣ ମାଧ୍ୟମରେ ଆମେ ଶୂନ୍ୟ କ୍ଷତି ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ