Thursday, October 8, 2026
29.4 C
Odisha

    ଟି-ସାର୍ଟ ଏବଂ ମଫଲର ମଧ୍ୟରେ ଲଢ଼େଇ: ସମ୍ବିତ ପାତ୍ରଙ୍କ କଟାକ୍ଷ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜେପି ସାଂସଦ ସମ୍ବିତ ପାତ୍ର ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିବା ପାଇଁ ପ୍ରସିଦ୍ଧ। ମଙ୍ଗଳବାର ସେ ସଂସଦରେ ଏପରି ଏକ କାହାଣୀ କହିଥିଲେ, ଯାହାକୁ ନେଇ ସଦସ୍ୟମାନେ ହସିବାକୁ ଲାଗିଥିଲେ। ବଜେଟ୍ ଉପରେ ଆଲୋଚନା ସମୟରେ ସମ୍ବିତ ପାତ୍ର କହିଥିଲେ, ଏହି ଇଣ୍ଡି ଆଲାଏନ୍ସ କ’ଣ? ଦିଲ୍ଲୀରେ ଏବେ ନିର୍ବାଚନ ଚାଲିଛି। ସେଠାରେ ଟି-ସାର୍ଟ ଏବଂ ମଫଲର ମଧ୍ୟରେ ଲଢ଼େଇ ଚାଲିଛି।ଓଡ଼ିଶାର ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ଦିଲ୍ଲୀରେ ଇଣ୍ଡି ଆଲାଏନ୍ସର ଏକ ଅଜବ ଖେଳ ଚାଲିଛି। ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ ଏବଂ ଇଣ୍ଡି ଆଲାଏନ୍ସକୁ ନେଇ ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।ରାହୁଲ ଗାନ୍ଧୀଙ୍କ ଆଡ଼କୁ ଇଙ୍ଗିତ କରି ସମ୍ବିତ ପାତ୍ର କହିଛନ୍ତି ଯେ, ବିରୋଧୀ ଦଳ ନେତା ଏକ ସାଧାରଣ ସଭାରେ ଆମ ଆଦମୀ ପାର୍ଟିର ନେତାଙ୍କ ବିଷୟରେ ଏହା କହିଥିଲେ। ସମ୍ବିତଙ୍କ ଇଙ୍ଗିତ ରାହୁଲ ଗାନ୍ଧୀଙ୍କ ଆଡ଼କୁ ଥିଲା। ସେ କହିଲେ ଯେ, ଏହା ପରେ ମଫଲର ପକ୍ଷରୁ ଉତ୍ତର ଆସିଥିଲା ଯେ, ଟି-ସାର୍ଟ ଏବଂ ଟି-ସାର୍ଟଙ୍କର ଭିଣୋଇ ବାହାରେ କିପରି ଅଛନ୍ତି? ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଜେଲ୍‌ରେ ରହିବା ଉଚିତ୍। ଇଣ୍ଡି ଆଲାଏନ୍ସରେ ସେମାନଙ୍କର ସମ୍ପର୍କ ଚାଇନିଜ୍ ନୁଡୁଲ୍ସ ପରି ଜଟିଳ ମନେ ହେଉଛି ବୋଲି ସମ୍ବିତ କଟାକ୍ଷ କରିଥିଲେ।

    ସମ୍ବିତ କହିଥିଲେ, ଚୀନ୍ ବିଷୟରେ ବହୁତ କଥା ହୋଇଥିଲା। ଚୀନର ନାମ ୩୪ ଥର ନିଆଯାଇଥିଲା। ଚୀନ୍‌ର ଉତ୍ପାଦନ ସବୁକିଛି କୁହାଯାଇଥିଲା। କିନ୍ତୁ ବାସ୍ତବତା ଅନ୍ୟ କିଛି। ଅଟଳ ଜୀଙ୍କ ସମୟରେ, ଚୀନ୍ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ନୂତନ ଶିଖରକୁ ଛୁଇଁଥିଲା। ତା’ପରେ ୩୬ ବିଲିୟନ ଡଲାରର ବାଣିଜ୍ୟ ହୋଇଥିଲା। ସେତେବେଳେ ଭାରତର ବାଣିଜ୍ୟ ସରପ୍ଲସ୍ ଥିଲା।

    ଆମେ ଅଧିକ ରପ୍ତାନି କରୁଥିଲୁ ଏବଂ କମ୍ ଆମଦାନି କରୁଥିଲୁ। ୧.୭ ବିଲିୟନ ଡଲାର ଅଧିକ ରୋଜଗାର କରୁଥିଲୁ। କିନ୍ତୁ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଏହାକୁ ନଷ୍ଟ କରିଦେଲା। ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ୨୫ ଗୁଣା ବୃଦ୍ଧି ପାଇଛି। ଆମକୁ ଅଧିକ ଆମଦାନି କରିବାକୁ ବାଧ୍ୟ କରାଯାଇଥିଲା। ଆମ ସରକାର ପୁଣି ଥରେ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ସମ୍ବିତ  ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ