Friday, October 2, 2026
29.9 C
Odisha

    ଟେକନଲୋଜୀ ନକଲ କରି ଡିପସିକ୍ ଏଆଇ ତିଆରି କରିଛି ଚୀନ : ମସ୍କ

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ଶସ୍ତା ଏଆଇ ଆର-୧ ଆଣି ବିଶ୍ୱର ବଡ଼ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ, ଗୁଗୁଲ, ମେଟା, ଏନଭିଡିଆ ଏବଂ ଓପନ ଏଆଇର ମୁଣ୍ଡ ବ୍ୟଥା ବଢାଇଥିବା ଚାଇନାଷ୍ଟାର୍ଟଅପ୍ ଡିପସିକର ଦାବିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏପରିକି ଦୀପସିକ ବିରୋଧରେ ଟେକନଲୋଜୀ ଠକେଇ ଅଭିଯୋଗ ଆସୁଛି। କମ୍ ଖର୍ଚ୍ଚରେ ଓପନ୍ ସୋର୍ସ ଏଆଇ ଯୋଗାଇଦେବା ଦାବି ଏଆଇ କମ୍ୟୁନିଟିରେ ବିବାଦ ପାଲଟିଛି। ଟେସ୍ଲାର ସିଇଓ ଏଲନ୍ ମସ୍କ ମଧ୍ୟ ଏହି ବିବାଦରେ ଡେଇଁ ପଡ଼ିଛନ୍ତି। ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଦୀପସିକ ସମ୍ଭବତଃ ଏହାର ଏଆଇରେ ୫୦,୦୦୦ ଏନଭିଡିଆ ହପର ଜିପିୟୁ ବ୍ୟବହାର କରିଛି। ୧୦,୦ ଏ୧୦୦ଏସ୍ ଜିପିୟୁ ବ୍ୟବହାର କରିବା ନେଇ ଦୀପସିକ କରିଥିବା ଦାବି ବିରୋଧରେ ଏହା ହୋଇଛି। ସ୍କେଲ ଏଆଇର କୋଟିପତି ସିଇଓ ଆଲେକଜାଣ୍ଡର ୱାଙ୍ଗ ମଧ୍ୟ ଦାବି କରିଛନ୍ତି ଯେ ଦୀପସିକର ଏଆଇ ତିଆରି କରିବାରେ ଏନଭିଡିଆ ଏଚ୧୦୦ ଜିପିୟୁ ଟେକ୍ନୋଲୋଜି ନିଶ୍ଚିତ ଭାବରେ ବ୍ୟବହୃତ ହୋଇଛି । ଦୀପସିକ ବିରୋଧରେ ଆଲେକଜାଣ୍ଡର ୱାଙ୍ଗଙ୍କ ସମାନ ଅଭିଯୋଗକୁ ସମର୍ଥନ କରି ଏଲନ୍ ମସ୍କ ମଧ୍ୟ ଏକ୍ସଙ୍କ ଉପରେ ନିଜର ମତାମତ ପୋଷ୍ଟ କରିଛନ୍ତି।
    ଏଆଇ ବିଶ୍ଳେଷକ ଷ୍ଟେସି ରାସ୍ଗନ କହିଛନ୍ତି ଯେ ଡିପସିକ ପାଞ୍ଚ ନିୟୁତ ଡଲାରରୁ କମ୍ ମୂଲ୍ୟରେ ଓପନ ଏଆଇ ତିଆରି କରିପାରିବ ନାହିଁ। ରସଗନ କହିଛନ୍ତି ଯେ ସେ ଏହି ରିଜନିଂ ମଡେଲକୁ ୫ ନିୟୁତ ଡଲାରରୁ କମ୍ ମୂଲ୍ୟରେ ଟ୍ରେନ କରିପାରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ