Wednesday, October 7, 2026
31.4 C
Odisha

    ଟେନ୍‌ସନ୍‌ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା

    ଆଗକୁ ପଢନ୍ତୁ

    ରାଜିରେ ଆଳୁ ମୂଲ୍ୟ ବୃଦ୍ଧି ପାଇଛି। ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍‌ସନ୍‌ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଗତ କିଛି ସପ୍ତାହରେ ଆଳୁ ବସ୍ତା ପିଛା ଦର ୭୦୦ ଟଙ୍କା ଥିବା ବେଳେ ତାହା ଶନିବାର ୧୫ଶହ ଟଙ୍କାରେ ପହଞ୍ଚିଛି। ଯାହାକି ହାଣ୍ଡିଶାଳ ଉପରେ ମହଙ୍ଗାମାଡ଼ ହୋଇଛି। ଗରିବର ନିତିଦିନିଆ ପରିବାରେ ସାମିଲ ହୋଇଥାଏ ଆଳୁ । କିନ୍ତୁ ଆଳୁ ବସ୍ତା ପ୍ରତି ୮ଶହ ଟଙ୍କା ବୃଦ୍ଧି ଘଟିଛି। ଶୁଣି ଗ୍ରାହକ ବି ଚିନ୍ତାରେ।
    ଅପରପକ୍ଷରେ ଖୁଚୁରା ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଛି। ଆଳୁ ବ୍ୟବସାୟମାନେ କହିବା ଅନୁସାରେ, ଓଡ଼ିଶା ମୁଖ୍ୟତଃ ବେଙ୍ଗଲ ଓ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଉପରେ ନିର୍ଭରଶୀଳ ହୋଇଥାଏ। ଚାଷୀମାନଙ୍କ ଆଳୁ ଅମଳ ପରେ ତାହା କୋଲ୍ଡ ଷ୍ଟୋରେଜ ବା ଶୀତଳଭଣ୍ଡାରରେ ସଂରକ୍ଷିତ ରଖାଯାଇଥାଏ । ତେବେ ଭଲ ଆଳୁଗୁଡିକରର ଦର ବେଙ୍ଗଲରେ ବଢୁଥିବାରୁ ଏଠାରେ ମଧ୍ୟ ଦର ବୃଦ୍ଧି ପାଇଛି। ଏହି ଅଞ୍ଚଳରେ ଆଳୁ ଚାଷୀ ନ ଥିବା ସହ ଶୀତଳଭଣ୍ଡାର ମଧ୍ୟ ନାହିଁ। ଯାହାଫଳରେ ଖାଉଟିମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବଜାରରେ ଆଳୁ ଚଢ଼ାଦରରେ ମିଳୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ