Thursday, September 17, 2026
26.2 C
Odisha

    ଟ୍ରକ୍ ପଛରେ ପିଟିଲା ପିକପ୍ ଭ୍ୟାନ, ୨ ମୃତ

    ଆଗକୁ ପଢନ୍ତୁ

    ଛତ୍ରପୁର : ଟ୍ରକ୍ ପଛରେ ପିଟିଲା ପିକପ୍ ଭ୍ୟାନ। ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ।  ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ପିଟିଥିଲା ଏକ ପିକଅପ ଭ୍ୟାନ । ଭ୍ୟାନ୍ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି । ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଭ୍ଯାନକୁ କାଟି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ପଠାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟପଟେ, ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ରାଇରଙ୍ଗପୁର ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାଲିଯାଇଛି ତିନି ତିନୋଟି ମୂଲ୍ୟବାନ ଜୀବନ। ଗୋରୁମହିଷାଣୀ ଥାନା ଅଧୀନ ଗୋରୁଡ଼ପାଣି ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ୍ ଘାଟି ତଳକୁ ଖସି ପଡ଼ିବାରୁ ଘଟିଛି ଏହି ଦୁଃଖଦ ଅଘଟଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ