Sunday, October 18, 2026
21.4 C
Odisha

    ଟ୍ରମ୍ପଙ୍କ ସାନ୍ଧ୍ୟ ଭୋଜନରେ ଭେଟିଲେ ଅମ୍ବାନୀ ଦମ୍ପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତି ପ୍ରାୟ ୧୦ଟାରେ ଶପଥ ଗ୍ରହଣ କରିବେ। ଏହି ଉତ୍ସବକୁ ସାରା ବିଶ୍ଵ ଚାହିଁ ରହିଥିବାବେଳେ ଏଥିରେ ବିଭିନ୍ନ ଦେଶର ନେତା, ଶିଳ୍ପପତି ଓ ଉଦ୍ୟୋଗବିତ୍‌ମାନେ ଯୋଗଦେବା ଲାଗି ଆମନ୍ତ୍ରିତ ହୋଇଛନ୍ତି। ତେବେ ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଟ୍ରମ୍ପ ଏକ ସାନ୍ଧ୍ୟ ଭୋଜନର ଆୟୋଜନ କରିଥିଲେ। ଯେଉଁଥିରେ ବହୁ ଶିଳ୍ପପତି, ରାଜନେତା, ଉଦ୍ୟୋଗବିତ୍‌ଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ତଥା ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗଦେଇଥିଲେ। ଉଭେୟ ଟ୍ରମ୍ପଙ୍କୁ ଭେଟି କିଛି ସମୟ କଥା ହେବା ସହିତ ଫଟୋ ବି ଉଠାଇଥିଲେ।ମୁକେଶ ଓ ନୀତା ଅମ୍ବାନୀଙ୍କ ବ୍ୟତୀତ ଏମ୩ଏମ ଡେଭଲପର୍ସର ପରିଚାଳନା ନିର୍ଦେଶକ ପଙ୍କଜ ବଂଶଲ, ଟାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟା ମଧ୍ୟ ସାମିଲ ହୋଇଥିଲୋ। ତା’ ସହିତ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ, ମେଟା ସିଇଓ ମାର୍କ ଜୁଗରବର୍ଗ ଏବଂ ଟେସଲା ଓ ଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ଭଳି ବ୍ୟକ୍ତିତ୍ଵ ମଧ୍ୟ ନୈଶ୍ୟ ଭୋଜନରେ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ