Thursday, October 15, 2026
22.6 C
Odisha

    ଟ୍ରମ୍ପ ଏକ ମାରଣା ଷଣ୍ଢ ଭଳି ହେଉଛନ୍ତି : ପାଲେଷ୍ଟାଇନ ରାଷ୍ଟ୍ରଦୂତ

    ଆଗକୁ ପଢନ୍ତୁ

    ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜାରୁ ପାଲେଷ୍ଟାଇନକୁ ହଟାଇବା ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗାଜାକୁ ନିଜ ନିୟନ୍ତ୍ରଣକୁ ନେବେ ବୋଲି ଟ୍ରମ୍ପ କହିଛନ୍ତି । ଏହାକୁ ନେଇ ଆରବ ରାଷ୍ଟ୍ର ପ୍ରବଳ ବିରୋଧ କରୁଛନ୍ତି ।ବାଂଲାଦେଶରେ ଅବସ୍ଥାପିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ୟୁସୁଫ ରମଜାନ ଟ୍ରମ୍ପଙ୍କ ପ୍ରସ୍ତାବକୁ ମଜାକ ବୋଲି କହିଛନ୍ତି। ରମଜାନ କହିଛନ୍ତି ଯେ ଟ୍ରମ୍ପ ମାରଣା ଷଣ୍ଢ ଭଳି ନିଷ୍ପତ୍ତି ନେଉଛନ୍ତି, ଯାହା ନୀତି ଅନୁଯାୟୀ ଠିକ୍ ନୁହେଁ।ବାଂଲାଦେଶୀ ଖବରକାଗଜ ‘ଢାକା ଟ୍ରିବ୍ୟୁନ୍’ରେ ପ୍ରକାଶିତ ଏକ ଲେଖାରେ ରମଜାନ ଲେଖିଛନ୍ତି ଯେ ଟ୍ରମ୍ପ ଯେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ସେଠାରେ ଶାନ୍ତି ଆଣିବା ପରିବର୍ତ୍ତେ କେବଳ ଅଧିକ ଲୋକଙ୍କୁ ଉତ୍ତେଜିତ କରିବ। ଗାଜାର ଲୋକମାନେ କ’ଣ ଚାହୁଁଛନ୍ତି ତାହା ଟ୍ରମ୍ପ ବୁଝିପାରୁନାହାନ୍ତି।
    ରମଜାନଙ୍କ କହିବା ଅନୁଯାୟୀ, ନେତାନ୍ୟାହୁ ଗାଜାରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରି ନିଜର କ୍ଷମତା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ନେତାନ୍ୟାହୁ ଜାଣନ୍ତି ଯେ ଗାଜାରେ ସଂଘର୍ଷ ହେବା ପର୍ଯ୍ୟନ୍ତ ହିଁ ତାଙ୍କର କ୍ଷମତା ରହିବ। ଆମେରିକା ତାଙ୍କର ସହଯୋଗୀ, ତେଣୁ ଗାଜାବାସୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶ୍ୱାସ କରିବାର ସମ୍ଭାବନା ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    97 %
    1.6kmh
    51 %
    Thu
    22 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ