Sunday, March 15, 2026
38.4 C
Odisha

    ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର, ପିଲାଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

    ଆଗକୁ ପଢନ୍ତୁ

    କନ୍ଧମାଳ: ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର । ୩ କିଲୋମିଟର ଗଲେ ୩୦ରୁ ଅଧିକ ଛାତ୍ର । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରୁ ଆସିଛି ଏପରି ଅଭାବନୀୟ ଦୃଶ୍ୟ । ଏହି ଭିଡ଼ିଓ ଭାଇରଲ ହେବା ପରେ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।  ଟ୍ରାକ୍ଟରରେ ବୁହାହୋଇ ଯାଉଥିବା ସମସ୍ତ ଛାତ୍ର କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ।

    ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ଏଭଳି ବିପଦ ସଂକୂଳ ଅବସ୍ଥାରେ ବୁହା ହୋଇ ଯାଇଥିଲେ କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟକୁ ଟ୍ରାକ୍ଟର ଟ୍ରଲିରେ ବସି ଯାଇଥିଲେ । କିଛି ଛାତ୍ର ଟ୍ରାକ୍ଟର ଟ୍ରଲି ଓ ଇଞ୍ଜିନର ଜଏଣ୍ଟ ସ୍ଥାନରେ ମଧ୍ୟ ଛିଡ଼ା ହୋଇ ଯାତ୍ରା କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କିଛି ଘଟିଥିଲେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା ।  ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ବେଳେ ଛାତ୍ର ମାନେ ଏପରି ଭାବେ ଟ୍ରାକ୍ଟରରେ ଯାଇଥିବା ଜଣା ପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.4 ° C
    38.4 °
    38.4 °
    14 %
    3.6kmh
    76 %
    Sun
    37 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ