Friday, April 3, 2026
39.1 C
Odisha

    ଟ୍ରାଭେଲିଂ ସମୟରେ ବାନ୍ତି ସମସ୍ୟା ଦେଖାଦେଉଛି କି? ତେବେ ଜାଣନ୍ତୁ ପ୍ରାକୃତିକ ଉପାୟରେ କିଭଳି କରିବେ ଉପଚାର

    ଆଗକୁ ପଢନ୍ତୁ

    କିଛି ଲୋକେ ଏମିତି ଅଛନ୍ତି ଟ୍ରାଭେଲିଂ କରିବାକୁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ଟ୍ରାଭେଲିଂ ସମୟରେ ବାନ୍ତି ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟାର ସାମ୍ନା ମଧ୍ୟ କରିଥାନ୍ତି । ଯାହା ଫଳରେ ସେମାନେ ଲଙ୍ଗ ଟ୍ରାଭେଲିଂ ପାଇଁ ଇଚ୍ଛା କରିନଥାନ୍ତି । ଏହା ଏକ ସାଧାରଣ ସମସ୍ୟା । ଯାହା ବିଶେଷକରି ପିଲା, ବୃଦ୍ଧ ଏବଂ ମହିଳାମାନଙ୍କଠାରେ ବେଶୀ ଦେଖାଯାଇଥାଏ । ବସ୍, କାର, ଟ୍ରେନ୍ କିମ୍ବା ଫ୍ଲାଇଟରେ ଯାତ୍ରା କରିବା ସମୟରେ ଆମର କାନ, ଆଖି ଏବଂ ଶରୀରର ସନ୍ତୁଳନ ବିଗିଡ଼ିଯାଇଥାଏ । ଫଳରେ ବାନ୍ତି ହେବା, ଝାଳ ବୋହିବା, ମୁଣ୍ଡ ବୁଲାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ଗୋଟିଏ ଦିନ ପୂର୍ବରୁ କିଛି ସରଳ ଉପାୟ ଦ୍ବାରା ଏହି ସମସ୍ୟାକୁ ଏଡାଇ ଦିଆଯାଇପାରିବ । ତେବେ ସେହି ସବୁ ସମସ୍ୟାରୁ କିଭଳି ଭାବେ ମୁକ୍ତି ପାଇବେ ଆସନ୍ତୁ ଜାଣିବା :-

    ଟ୍ରାଭେଲିଂ କରିବାର ଗୋଟିଏ ଦିନ ପୂର୍ବରୁ ନିଦା ଖାଦ୍ୟ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ପେଟକୁ ଦିନା କରି ରଖିବା ଦ୍ବାରା ଗ୍ୟାସ୍ କିମ୍ବା ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ । ଯାହା ଯୋଗୁଁ ଟ୍ରଭେଲିଂଟି ଖରାପରେ ଯାଇଥାଏ । ଦୂର ଯାତ୍ରା କରିବା ସମୟରେ ହାଲୁକା କିମ୍ବା ସହଜରେ ହଜମ ହେଇଯାଉଥିବା ଭଳି ଖାଦ୍ୟ ଖାଇବା ଆବଶ୍ୟକ ।

    ଥକ୍କାପଣ ଏବଂ ନିଦ୍ରାର ଅଭାବ ଶରୀରକୁ ଦୁର୍ବଳ କରିଦେଇଥାଏ । ଯାହା ଯାତ୍ରା ସମୟରେ ମୁଣ୍ଡବିନ୍ଧା କିମ୍ବା ବାନ୍ତି ହେବାର ଆଶଙ୍କାକୁ ବଢ଼ାଇଥାଏ। ଟ୍ରାଭେଲିଂ କରିବାର ଗୋଟିଏ ଦିନ ପୂର୍ବରୁ ଭଲ ନିଦରେ ଶୋଇବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କର ପୂର୍ବରୁ ଏହି ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗୋଟିଏ ଦିନ ପୂର୍ବରୁ ଆବଶ୍ୟକୀୟ ଔଷଧ ଆପଣଙ୍କ ବ୍ୟାଗରେ ରଖନ୍ତୁ । ଯାତ୍ରାର ୩୦-୬୦ ମିନିଟ୍ ପୂର୍ବରୁ ଔଷଧ ଖାଆନ୍ତୁ । ଯାହା ଦ୍ଵାରା ଶରୀରରେ ଏହାର ପ୍ରଭାବ ପକାଇବା ଆରମ୍ଭ କରିଦେଇଥାଏ ।

    ପେଟକୁ ଥଣ୍ଡା ରଖିବା ପାଇଁ ଅଦା ଏବଂ ଲେମ୍ବୁ ପିଇବା ଆବଶ୍ୟକ । ଉଭୟ ପ୍ରାକୃତିକ ଉପଚାର ବୋଲି ବିବେଚନା କରାଯାଏ । ଗୋଟିଏ ଦିନ ପୂର୍ବରୁ ଅଦା ଚା କିମ୍ବା ଉଷୁମ ଲେମ୍ବୁ ପାଣି ପିଇବା ଯାତ୍ରା ଆରମ୍ଭ କରନ୍ତୁ । ଏହା ବାନ୍ତି ହେବାର ସମ୍ଭାବନାକୁ କମାଇଥାଏ । ତେଣୁ ଆପଣଙ୍କ ବ୍ୟାଗରେ ଏହି ଅତ୍ୟାବଶ୍ୟକ ଜିନିଷକୁ ନିଶ୍ଚୟ ରଖନ୍ତୁ ।

    ଟ୍ରଭେଲିଂ ସମୟରେ ଏକ ଛୋଟ ବ୍ୟାଗ ପ୍ରସ୍ତୁତ ରଖନ୍ତୁ । ଯେଉଁଥିରେ ଏକ ବାନ୍ତି ବ୍ୟାଗ, ଟିସୁ ପେପର, ପୁଦିନା କ୍ୟାପସୁଲ, ମାଉଥ ଫ୍ରେଶନର ଏବଂ ପାଣି ବୋତଲ ନିଜ ପାଖରେ ରଖିବା ଉଚିତ । ଯଦି ଆପଣ ରାସ୍ତାରେ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଏହି ଜିନିଷଗୁଡ଼ିକ ସହାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ