Wednesday, October 7, 2026
27.2 C
Odisha

    ଜିଲ୍ଲାପାଳ ହେବ ତ ଏମିତି, ବିଳମ୍ବରେ ଆସିଥିବା କର୍ମଚାରୀଙ୍କୁ କାନ ଧରି ଶପଥ ନେବାକୁ କହିଲେ ବାବୁ

    ଆଗକୁ ପଢନ୍ତୁ

    ରାୟପୁର: ଜିଲ୍ଲାପାଳ ହେବ ତ ଏମିତି | ସବୁବେଳେ ବିଳମ୍ବରେ ଆସୁଥିବା ସରକାରୀ କର୍ମଚାରୀଙ୍କୁ କଡା ଶିକ୍ଷା ଦେଇଛନ୍ତି ଜିଲ୍ଲାପାଳ | ବିଳମ୍ବରେ ଆସି ଶୀଘ୍ର ଘରକୁ ଚାଲିଯାଉଥିବାର ଅନେକ ଅଭିଯୋଗ ଏହି କର୍ମଚାରୀଙ୍କ ନାମରେ ଥିଲା | ଏହାଦ୍ୱାରା ସରକାରୀ କାମ ବ୍ୟାହତ ହେବା ସହ ଲୋକଙ୍କୁ ସହଯୋଗ ମିଳୁନଥିଲା | ଆଉ ଏନେଇ ଜିଲ୍ଲାପାଳଙ୍କ ପାଖରେ ଖବର ପହଂଚିବା ପରେ ସେ ବିଳମ୍ବରେ ଆସିଥିବା କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେଇଥିଲେ |ଛତିଶଗଡ କବୀରଧାମ ଜିଲ୍ଲାପାଳ ବିଳମ୍ବରେ ଅଫିସ ଆସିଥିବାରୁ କର୍ମଚାରୀଙ୍କୁ କାନ ଧରାଇ ଅଫିସ ସମ୍ମୁଖରେ ଛିଡା କରାଇଥିଲେ | କାନ ଧରି କ୍ଷମା ମାଗିବା ସହ କର୍ମଚାରୀଙ୍କୁ କାରଣ ଦର୍ଶାଓ ନୋଟିସ ମଧ୍ଯ ଜାରି କଲେ କବୀରଧାମ ଜିଲ୍ଲାପାଳ ଗୋପାଳ ବର୍ମା। ମିଳିଥିବା ସୂଚନା ମୁତାବକ ଜିଲ୍ଲାପାଳ ହଠାତ କବୀରଧାମ ଜିଲ୍ଲାପଂଚାୟତ କାର୍ଯ୍ୟାଳୟରେ ପହଁଚି ଉପସ୍ଥାନ ରେଜିଷ୍ଟର ଧରି ଜଗି ବସି ଥିଲେ। ଆଉ ବିଳମ୍ବରେ ଆସି ଥିବା କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଏମିତି ଦଣ୍ଡିତ କରିଥିଲେ। ଏହି ଘଟଣାଟି ଗତ ୩ ତାରିଖରେ ଘଟିଥିବାବେଳେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ