Tuesday, October 6, 2026
25.1 C
Odisha

    ଟ୍ୱିନ୍‌ ସିଟିରେ ଆଳୁ ପାଇଁ ଚଢ଼ାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଟ୍ୱିନ୍‌ ସିଟି କଟକର ଛତ୍ରବଜାର ଓ ଭୁବନେଶ୍ୱରର ୪ ନମ୍ବର ମାର୍କେଟରେ ଚଢା ଦରରେ ଆଳୁ ବିକ୍ରି ଅଭିଯୋଗରେ ଆଜି ଚଢାଉ କରିଛି ଯୋଗାଣ ବିଭାଗ। ଅନାବଶ୍ୟକ ଭାବେ ଆଳୁର ଦରଦାମ ବୃଦ୍ଧି କରାଯାଉଥିବା ଅଭିଯୋଗ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୪ନଂ ହାଟରେ ଆଳୁ ଗୋଦାମ ଓ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଉଛି ।
    ସୂଚନାନୁଯାୟୀ, ୫ ମାସ ପରେ ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସଙ୍କଟ ଟାଳିବାକୁ ମୋହନଙ୍କ ସରକାର ପ୍ଲାନ୍‌-ଖ ଜରିଆରେ ଉତ୍ତରପ୍ରଦେଶରୁ ଆଳୁ ଆଣୁଛନ୍ତି। କାରଣ ୨ଦିନ ମଧ୍ୟରେ ଆଳୁ କିଲୋ ୧୦ରୁ ୧୫ଟଙ୍କା ବୃଦ୍ଧି ପାଇ ରବିବାର ଖୋଲା ବଜାରରେ ୪୦ରୁ ୪୫ ଟଙ୍କାରେ ପହଞ୍ଚିଥିଲା।ସେହିପରି ରାଜ୍ୟ ଆଳୁ ସଙ୍କଟକୁ ନେଇ ରାଜ୍ୟ ସରକାର ଏବଂ ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଛନ୍ତି। ଆଳୁର ଅଭାବ ଯୋଗୁ ଦର ବୃଦ୍ଧି ଘଟୁଥିବାବେଳେ ସରକାର ଉତ୍ତରପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଯାଇଥିବା ରବିବାର କହିଥିଲେ। ସୋମବାର ଆଳୁ ଗାଡ଼ି ଓଡ଼ିଶାରେ ପହଞ୍ଚିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହାକୁ ନେଇ ଆପତ୍ତି ଉଠାଇଛି ବ୍ୟବସାୟୀ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ବ୍ୟବସାୟୀ ସଂଘ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ମଗାଇଛି। କିଛି ଆଳୁ ଗାଡ଼ି ଉତ୍ତରପ୍ରଦେଶରୁ ଆସି ସୋମବାର ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆହୁରି ୭୦ ଆଳୁ ଗାଡ଼ି ଏବଂ ପଶ୍ଚିମବଙ୍ଗରୁ ୩୦ ଗାଡ଼ି ଆସି ଖୁବଶୀଘ୍ର ପହଞ୍ଚିବ। ସରକାର ଯଦି ଆଳୁ ଗାଡ଼ି ମଗାଇଛନ୍ତି, ତାହା କେଉଁଠି ଅଛି ବୋଲି ବ୍ୟବସାୟୀ ସଂଘ ପ୍ରଶ୍ନ କରିଛି। ରାଜ୍ୟରେ ଆଳୁ ସଂକଟ ଦେଖାଦେବାରୁ ବ୍ୟବସାୟୀ ସଂଘ ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଇଥିବା ସଂଘର ମହାସଚିବ ସୁଧାକର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ