Friday, April 3, 2026
36.1 C
Odisha

    ଠିକ ରିପୋର୍ଟ ପାଇ ପାଇଁ ରକ୍ତଚାପ ମାପିବା ସମୟରେ ଏସବୁ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

    ଆଗକୁ ପଢନ୍ତୁ

    କିଛିବର୍ଷ ହେବ ରକ୍ତଚାପ ସମସ୍ୟା ସାଧାରଣ ହୋଇଗଲାଣି। କମ୍ ବୟସର ଲୋକମାନେ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ହେବାର ଲାଗିଛନ୍ତି। ଏପରି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ମଝିରେ ମଝିରେ ରକ୍ତଚାପ ପରୀକ୍ଷା କରି ନେବା ଉଚିତ। ବ୍ୟସ୍ତବହୁଳ ଜୀବନରେ କିଛିଲୋକଙ୍କ ପାଇଁ ରକ୍ତଚାପ ପରୀକ୍ଷା କରିବା ପାଇଁ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବା ସମ୍ଭବ ନୁହେଁ, ତେଣୁ ଅଧିକାଂଶ ଲୋକ ଘରେ ଏକ ରକ୍ତଚାପ ମେସିନ୍ ରଖି ପାରିବେ। ଏହି ମେସିନ ଦ୍ବାରା ଘରେ ନିଜେ ସେମାନଙ୍କର ରକ୍ତଚାପ ପରୀକ୍ଷା କରି ପାରିବେ। କିନ୍ତୁ ରକ୍ତଚାପ ପରୀକ୍ଷା କରିବା ସମୟରେ ଯଦି ଆପଣ ଭୁଲ ପଦ୍ଧତି ଆପଣାଉଛନ୍ତି ତେବେ ରିପୋର୍ଟ ମଧ୍ୟ ଭୁଲ ଆସିପାରେ?

    ଏହି ରକ୍ତଚାପ ପରୀକ୍ଷାକୁ ନେଇ ଦିଲ୍ଲୀ ଏମ୍ସର ଏମଡି ମେଡିସିନ୍, ଡିଏମ ନ୍ୟୁରୋଲୋଜି ଡାକ୍ତର ପ୍ରିୟଙ୍କା ସେହରାୱତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରକ୍ତଚାପ ମାପିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଡାକ୍ତର ପ୍ରିୟଙ୍କା ସେହରାୱତଙ୍କ କହିବାନୁସାରେ,

    ବ୍ୟାୟାମ କିମ୍ବା ଅନ୍ୟ କୌଣସି କାମ କରିବା ପରେ ତୁରନ୍ତ ରକ୍ତଚାପ ପରୀକ୍ଷା କରିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଭୁଲ ରିପୋର୍ଟ ଆସିଥାଏ।

    ସର୍ବଦା ରକ୍ତଚାପ ଯାଞ୍ଚ କରିବା ପୂର୍ବରୁ ୫ ମିନିଟ୍ ବିଶ୍ରାମ ନିଅନ୍ତୁ। ଯଦି ସମ୍ଭବ ହୁଏ ପରିସ୍ରା କରିବା ପରେ ରକ୍ତଚାପ ପରୀକ୍ଷା କରାନ୍ତୁ।

    ମୂତ୍ରାଶୟ ପୂର୍ଣ୍ଣ ଥିବା ସମୟରେ ରକ୍ତଚାପ ମାପିବା ଦ୍ଵାରା ବି ଭୁଲ ରିପୋର୍ଟ ଆସିଥାଏ। ଏହି ଅବସ୍ଥାରେ ଆପଣଙ୍କ ରକ୍ତଚାପ ଅଧିକ ଦେଖାଯାଇପାରେ।

    ସେହିପରି ରକ୍ତଚାପ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ଚା/କଫି କିମ୍ବା ଧୂମପାନ କରିବା ନିଷେଧ।

    ଖାଇବା ପରେ ତୁରନ୍ତ ରକ୍ତଚାପ ମାପ କରିବା ଉଚିତ୍ ନୁହେଁ ।

    ରକ୍ତଚାପ ମାପ କରିବା ସମୟରେ, ସବୁବେଳେ ଆପଣଙ୍କ ଅଣ୍ଟା ଓ ହାତ ପଛରେ କିଛି ସପୋର୍ଟ ରଖନ୍ତୁ।

    ରକ୍ତଚାପ ମ୍ୟାସିନରେ ଥିବା କ୍ୟାପକୁ ହାତରେ ବାନ୍ଧିବା ସମୟରେ, ଏହାକୁ ଅତ୍ୟଧିକ ଟାଇଟ୍ କିମ୍ବା ଅତ୍ୟଧିକ ଢିଲା ରଖନ୍ତୁ ନାହିଁ। କ୍ୟାପଟିକୁ ଏପରି ଭାବରେ ବାନ୍ଧିବା ଉଚିତ ଯେ ଆପଣଙ୍କର ଦୁଇଟି ଆଙ୍ଗୁଠି ସହଜରେ ଭିତରକୁ ଯାଇପାରୁଥିବ।

    ଆପଣ ଦୁଇହାତର ବ୍ୟବହାର କରି ରକ୍ତଚାପ ମାପ କରି ପାରିବେ। ତଥାପି ଠିକ ରିପୋର୍ଟ ପାଇବା ପାଇଁ ଥରେ ଡାହାଣ ହାତରେ ଏବଂ ତା’ପରେ ଥରେ ବାମ ହାତରେ ରକ୍ତଚାପ ପରୀକ୍ଷା କରିବାକୁ ଚେଷ୍ଟା କରନ୍ତୁ।

    ଯେଉଁ ହାତର ରକ୍ତଚାପ ମାପ ଅଧିକ ଥାଏ, ସେହି ହାତକୁ ଠିକ୍ ବୋଲି ବିବେଚନା କରାଯାଇପାରିବ।

    ସେହିପରି ରକ୍ତଚାପ ମାପ ପାଇଁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ରଖନ୍ତୁ। ଅର୍ଥାତ୍, ଯଦି ଆପଣ ଗୋଟିଏ ଦିନ ସକାଳ ୮ଟାରେ ରକ୍ତଚାପ ମାପ କରିଛନ୍ତି, ତେବେ ତା’ପରଦିନ ମଧ୍ୟ ସକାଳ ୮ଟାରେ ଏହାକୁ ପରୀକ୍ଷା କରନ୍ତୁ। ଆପଣ ଏହାକୁ ଦିନକୁ ଦୁଇଥର କରିପାରିବେ।

    ଏସବୁ ବ୍ୟତୀତ ୧ ମିନିଟ୍ ବ୍ୟବଧାନରେ ଦୁଇଥର ରକ୍ତଚାପ ମାପ କରିବାକୁ ଡାକ୍ତର ସର୍ବଦା ପରାମର୍ଶ ଦେଇଥାଆନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ