Sunday, October 4, 2026
30.6 C
Odisha

    ଡକାଡକି ହୋଇ ଚାଲିଗଲେ ଦୁଇପୁଅ, ପରିବାର ଉପରେ ଛିଣ୍ଡିପଡ଼ିଛି ଦୁଃଖର ପାହାଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିହୋରେ ଜିଲ୍ଲାରେ ଇଚ୍ଛାବର ଥାନା ଅନ୍ତର୍ଗତ ବୋରଦି କଲା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘର ଭିତରେ ଥିବା ପେଟ୍ରୋଲ ଗଚ୍ଛିତ ଟାଙ୍କିରେ ପଡ଼ି ଦୁଇଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

    ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଭାଇଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବ‌ଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ମୃତ ଦୁଇ ଭାଇଙ୍କ ନାମ ଗୋଲୁ ଜୟସବାଲ ଓ ରାହୁଲ ଜୟସବାଲ ବୋଲି ଜଣାପଡ଼ିଛି।

    ସୂଚନାଯୋଗ୍ୟ, ମୃତ ଦୁଇଭାଇ ତେଜରାତି ସାମଗ୍ରୀ ବିକ୍ରି କରିବା ସହିତ ପେଟ୍ରୋଲ ବି ବିକ୍ରି କରିଥାଆନ୍ତି। ତେଣୁ ଘରେ ଟାଙ୍କି ନିର୍ମାଣ କରି ସେଥିରେ ଅଧିକ ପରିମାଣରେ ପେଟ୍ରୋଲ ଗଚ୍ଛିତ କରି ରଖିଥି‌ଲେ।

    recommended by

    VISIORAX
    A Bhubaneswar Student Explains How To Get Your Eyesight Back In 7 Days
    LEARN MORE
    ଏହି ଟାଙ୍କିରେ ପଶି ପେଟ୍ରୋଲ କେନ ବାହାର କରୁଥିବା ବେଳେ ତାହା ଢ଼ାଳି ହୋଇଯାଇଥିଲା। ଫଳରେ ଟାଙ୍କି ଭିତରେ ଗ୍ୟାସ ଭରି ଯାଇଥିଲା। ଏହି କାରଣରୁ ଉକ୍ତ ଟାଙ୍କି ଭିତରେ ଅଣନିଶ୍ବାସୀ ହୋଇ ଦୁଇଭାଇଙ୍କ ପ୍ରାଣବ‌ାୟୁ ଉଡ଼ି ଯାଇଥିଲା।

    ତେବେ ଘରଲୋକ ଅନେକ ସମୟ ପରେ ଦୁଇଭାଇଙ୍କୁ ଖୋଜିଖୋଜି ଆସି ଟାଙ୍କି ନିକଟରେ ପହଞ୍ଚିଥିଲେ। ଟାଙ୍କି ଭିତରେ ଦୁଇଭାଇଙ୍କୁ ଅଚେତ ପଡ଼ିଥିବା ଦେଖି ପଡ଼ିଶାଲୋକ ଓ ପୁଲିସ ସାହାଯ୍ୟରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ।

    ପରିବାରଲୋକ କହିଛନ୍ତି, ଆମେ ଯଦି ଠିକ ସମୟରେ ଗୋଲୁ ଜୟସବାଲ ଓ ରାହୁଲ ଜୟସବାଲଙ୍କୁ ଉଦ୍ଧାର କରି ଦେଇଥାଆନ୍ତୁ ଆଜି ହୁଏତ ଦୁହିଁଙ୍କ ଜୀବନ ବଞ୍ଚି ଯାଇଥାଆନ୍ତି। ସେମାନେ ଯେ ଟାଙ୍କି ଭିତରେ ଅଚେତ ହୋଇ ପଡ଼ିଯାଇଛନ୍ତି ଆମେ ତାହା ଜାଣି ପାରି ନଥିଲୁ। ଜାଣିଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ