Sunday, October 4, 2026
29.6 C
Odisha

    ଡରିଲାଣି ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି। ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି । ଅନେକ ନେତା ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଇଛି । ଆଉକିଛି ନେତା ଭୟରେ ଅତ୍ମଗୋପନ କରିଛନ୍ତି। ସେନା କମାଣ୍ଡ ନେଇ ପରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା। ଏହି ସମୟ ମଧ୍ୟରେ ବାଂଲାଦେଶରେ ଅନେକ ହତ୍ୟାକାଣ୍ଡ ଘଟିଛିା।

    ବାଂଲାଦେଶର ଏହି ଖରାପ ଅବସ୍ଥା ପଛରେ ପାକିସ୍ତାନୀ ଆଇଏସଆଇ ମଧ୍ୟ ରହିଛି ବୋଲି କୁହାଯାଉଛି ା ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ବାଂଲାଦେଶର ଅବସ୍ଥା ଉପରେ ହସୁଥିଲା। କିନ୍ତୁ ବର୍ତ୍ତମାନ ସେ ମଧ୍ୟ ଭୟଭୀତ। ବାଂଲାଦେଶର ସ୍ଥିତିକୁ ନେଇ ପାକିସ୍ତାନ ଏବେ ନିଜ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି। ବାଂଲାଦେଶ ଭଳି ବର୍ତ୍ତମାନ ପାକିସ୍ତାନର ଛାତ୍ରନେତାମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛନ୍ତି । ପିଟିଆଇର ଛାତ୍ର ସଂଗଠନ ଏକ ପଦଯାତ୍ରା ଘୋଷଣା କରିଛି। ଏହି କାରଣରୁ ପାକିସ୍ତାନ ସରକାର ଭୟଭୀତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ଏକ ଧମକ ପତ୍ର ଜାରି କରିଛି। ଜାତୀୟ କାଉଣ୍ଟର ଆତଙ୍କବାଦ ପ୍ରାଧିକରଣ ପାକିସ୍ତାନ ସରକାରଙ୍କୁ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଧମକ ପତ୍ରରେ ଏହା ଲେଖାଯାଇଛି ଯେ, ପିଟିଆଇର କିଛି ଦୁର୍ଦ୍ଦଶ ନେତା ଛାତ୍ରମାନଙ୍କୁ ଆଗରେ ରଖି ଆଇନ ଶୃଙ୍ଖଳାକୁ ସଙ୍କଟରେ ପକାଇବାକୁ ଚେଷ୍ଟା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ