Wednesday, April 1, 2026
25.1 C
Odisha

    ଡାକ୍ତରଖାନାରେ ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋର

    ଆଗକୁ ପଢନ୍ତୁ

    ପାଟନା : ବିହାର ଲୋକସେବା ଆୟୋଗ(ବିପିଏସସି) ପ୍ରାର୍ଥୀଙ୍କ ସମର୍ଥନରେ ଜାନୁଆରୀ ୨ରୁ ଆମରଣ ଅନଶନରେ ବସିଥିବା ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କର ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଟନାର ମେଦାନ୍ତା ହସ୍ପିଟାଲର ଡାକ୍ତରୀ ଦଳ ପ୍ରଶାନ୍ତ କିଶୋରଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଶେଖପୁରା ହାଉସରେ ପହଞ୍ଚିଥିଲେ। ଅବସ୍ଥା ଦେଖି ଡାକ୍ତର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ସମର୍ଥକମାନେ ତାଙ୍କୁ ଆମ୍ବୁଲାନ୍ସରେ ନେଇ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ କହିବାନୁସାରେ, ଆଜି ଦିନ ୧୦ଟା ପର୍ଯ୍ୟନ୍ତ ସେ ଲୋକଙ୍କ ସହ କଥାବର୍ତ୍ତା କରୁଥିଲେ। କିଛି ସମୟ ପରେ ହଠାତ୍ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ଡାକ୍ତରଙ୍କୁ ଡକାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଞ୍ଚରେ ଶରୀରରେ ଜଳୀୟ ଅଂଶ କମିଯିବା ସହ ଅନ୍ୟ କିଛି ସମସ୍ୟା ସାମ୍ନାକୁ ଆସିଛି। ପରୀକ୍ଷା ନିରୀକ୍ଷା ପରେ ସ୍ଵାସ୍ଥ୍ୟାବସ୍ଥା ସ୍ପଷ୍ଟ ହୋଇପାରିବ ବୋଲି ଡାକ୍ତର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ