Saturday, March 28, 2026
31.6 C
Odisha

    ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର

    ଆଗକୁ ପଢନ୍ତୁ

    ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଚେନ୍ନାଇ ଯାଇଥିଲେ। ମଙ୍ଗଳବାର ସେଠାରୁ ଫେରୁଥିବା ସମୟରେ ବିମାନବନ୍ଦରରେ କିଛି ଖାଦ୍ୟ ଖାଇଥିଲେ। ଏହା ପରେ ସେ ଘରକୁ ଫେରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଫୁଡ ପଏଜନିଂ ହୋଇଥିବା ଜଣାପଡ଼ିବା ସହ ଜାହ୍ନବୀ ଦୁର୍ବଳ ଅନୁଭବ କରିବାରୁ ଡାକ୍ତର ତାଙ୍କୁ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ବୁଧବାର ଡାକ୍ତରଙ୍କ ପରାମର୍ଶ ପରେ ଏବେ ଜାହ୍ନବୀଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚିକିତ୍ସା ପରେ ସେ ସୁସ୍ଥ ହେଉଥିବାରୁ ଶୁକ୍ରବାର ସେ ଡିସଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି।

    ତେବେ ଜାହ୍ନବୀ କପୁର ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଉଲଝ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଅଗଷ୍ଟ ୨ରେ ଏହା ପ୍ରେକ୍ଷାଳୟରେ ରିଲିଜ୍ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.6 ° C
    31.6 °
    31.6 °
    21 %
    1.9kmh
    61 %
    Sat
    33 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ