Saturday, March 21, 2026
32.6 C
Odisha

    ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା: ବିକ୍ଷୋଭକାରୀଙ୍କୁ କୃତଜ୍ଞତା ଜଣାଇଲେ ମୃତକଙ୍କ ପିତା

    ଆଗକୁ ପଢନ୍ତୁ

    କଲିକତା: କୋଲକାତାର ବହୁ ଚର୍ଚ୍ଚିତ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଏବେ ଜାତୀୟ ପ୍ରସଙ୍ଗ ପାଲଟିଛି। ସାରା ଦେଶରେ ଡାକ୍ତରମାନେ ଏହାକୁ ବିରୋଧ କରୁଛନ୍ତି। ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପିତା ତାଙ୍କ ଝିଅର ହତ୍ୟା ସମ୍ପର୍କରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ, ସିବିଆଇ ସହ କଥାହେଇଥିବା ବିବରଣୀ ଦେବା ଠିକ୍ ନୁହେଁ। ସେମାନେ ଆମର ବିବୃତ୍ତି ରେକର୍ଡ କରିଛନ୍ତି। ସାରା ଦେଶରେ ଚାଲିଥିବା ବିରୋଧକୁ ନେଇ ମୃତକଙ୍କ ପିତା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ସବୁଠି ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ମୋ ସହିତ ଠିଆ ହୋଇଥିବାରୁ ସମସ୍ତଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି। ବିକ୍ଷୋଭକାରୀଙ୍କୁ କୃତଜ୍ଞତା ଜଣାଇବା ସହ ସେ କହିଛନ୍ତି ଯେ, ସେମାନଙ୍କୁ ମୋର ପୁଅ ଏବଂ ଝିଅ ଭାବରେ ବିବେଚନା କରେ। ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ସହ ତାକୁ କଠୋର ଦଣ୍ଡ ଦିଆଯାଉ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ