Sunday, October 25, 2026
20.1 C
Odisha

    ହାତ ଛାଡ଼ିଲେ ବିଜୟ ପଟ୍ଟନାୟକ; ଏଆଇସିସିକୁ ମେଲ୍‌ ଯୋଗେ ପଠାଇଲେ ଇସ୍ତଫା ପତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଶୁକ୍ରବାର ଦିନ କଂଗ୍ରେସର ହାତ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ର ମେଲ୍‌ ଯୋଗେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ପଠାଇଛନ୍ତି। ଶ୍ରୀ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି। ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା। ପରେ ପୁଣି ତାଙ୍କ ଠାରୁ ପଦବି କାଢ଼ି ନେଇଥିଲା।
    ସୂଚନାଯୋଗ୍ୟ, ବିଜୟ ପଟ୍ଟନାୟକ ଗତବର୍ଷ ଫେବ୍ରୁଆରି ୧୦ ତାରିଖରେ ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଦଳ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ତାଙ୍କର ନୂଆ ଇନିଂସ ଆରମ୍ଭ କରିଥିଲେ। ଏହି ସମୟରେ କଂଗ୍ରେସର ସାଂଗଠନିକ ସଂପାଦକ କେ.ସି ଭେନୁଗୋପାଳ, ଏଆଇସିସି ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ତତ୍‌କାଳୀନ ପିସିସି ସଭାପତି ପଟ୍ଟନାୟକ ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଉପସ୍ଥିତ ଥିଲେ। ଚାକିରି ସମୟରେ‌ ବିଜେଡି ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବସ୍ତ ଥିବା ଶ୍ରୀ ପଟ୍ଟନାୟକ ନିଜର ରାଜନୈତିକ ଇନିଂସ ପାଇଁ କଂଗ୍ରେସକୁ କାହିଁକି ବାଛିଲେ, ତାହା ସେହି ସମୟରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା।

    ଉଲ୍ଲେଖଯୋଗ୍ୟ ଯେ ୧୯୭୭ ବ୍ୟାଚ୍‌ ଆଇଏଏସ୍‌ ବିଜୟ ପଟ୍ଟନାୟକ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ। ଏହାପରେ ୨୦୧୦ ସେପ୍ଟେମ୍ବରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୦୧୩-୧୪ରେ ସେ ରାଜ୍ୟ ସରକାରଙ୍କ ‌ଷ୍ଟାଫ୍‌ ସିଲେକସନ କମିସନ ଅଧ୍ୟକ୍ଷ ଓ ୨୦୧୪-୧୫ରେ ଓଡିଶା ମାନବଧିକାର କମିସନର ସଦସ୍ୟ ରହିଥିଲେ। ୨୦୧୫ ଏପ୍ରିଲରେ ସେ ବେଦନ୍ତା ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨୦୧୭ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଗତ ବର୍ଷରୁ ତାଙ୍କର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    68 %
    1.7kmh
    20 %
    Sun
    20 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ