Tuesday, March 31, 2026
30.9 C
Odisha

    ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ, ରାଜ୍ୟରେ ଏସମା ଲାଗୁ କଲେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏସମା ଲାଗୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ୬ ମାସ ଯାଏଁ ଧର୍ମଘଟ ସରକାର ମନା କରଛନ୍ତି । ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘାତ ନଉପୁଜିବ, ସେଥିପାଇଁ ସମଗ୍ର ରାଜ୍ୟରେ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ’ (ESMA) ଲାଗୁ କରାଯାଇଛି । ଧର୍ମଘଟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କଲେ ସରକାର ।

    ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଆସନ୍ତା ୬ ମାସ ପର୍ଯ୍ୟନ୍ତ କୌଣସି ବି ସ୍ୱାସ୍ଥ୍ୟକର୍ମୀ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ । ଏହି ନିୟମ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ ଉଭୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ।

    କେଉଁମାନଙ୍କ ପାଇଁ କଟକଣା:

    1. ସରକାରୀ ଡାକ୍ତର ଓ ମେଡିକାଲ ଅଫିସର
    2. ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟ
    3. ପାରାମେଡିକ୍ସ, ଟେକ୍ନିସିଆନ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ

    କେଉଁ ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଏହାର ଅନ୍ତର୍ଭୁକ୍ତ?

    * ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ-ଡିଭିଜନାଲ ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) ଏବଂ ସମସ୍ତ ସରକାରୀ ମେଡିକାଲ କଲେଜରେ ଏହି କଟକଣା ଲାଗୁ ରହିବ। ଏପରିକି ଜେଲ୍ ଏବଂ ପୋଲିସ୍ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଆନ୍ଦୋଳନ କରିପାରିବେ ନାହିଁ।

    କାହିଁକି ନିଆଗଲା ଏହି ନିଷ୍ପତ୍ତି?

    ଓଡ଼ିଶା ମେଡିକାଲ ସେବା ସଂଘ (OMSA) ପକ୍ଷରୁ ଦରମା ବୃଦ୍ଧି, ପଦୋନ୍ନତି ଏବଂ ସୁରକ୍ଷା ଭଳି ବିଭିନ୍ନ ଦାବି ନେଇ ଗତ କିଛି ଦିନ ହେବ ଆନ୍ଦୋଳନ ଚାଲିଥିଲା । ଜାନୁଆରୀ ୫ ତାରିଖରୁ ଡାକ୍ତରମାନେ ଦୈନିକ ୨ ଘଣ୍ଟା ପାଇଁ ଓପିଡି (OPD) ବର୍ଜନ କରିଥିଲେ । ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା କରି ସରକାର ଏହି କଠୋର ଆଇନ ପ୍ରଣୟନ କରିଛନ୍ତି । ଯଦି କୌଣସି କର୍ମଚାରୀ ଏହି ନିୟମ ଭଙ୍ଗ କରନ୍ତି, ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ