Friday, April 3, 2026
36.1 C
Odisha

    ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା । ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଦାନ କଲେ ଦାବିପତ୍ର। ୯ ଜଣ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିଜେଡି କର୍ମୀ ଡିଜିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନତନ୍ତ ନାରାୟଣ ଜେନା , ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ବିଭୂତି ବଳବନ୍ତରାୟ, ଲେନିନ ମହାନ୍ତି, ବିଧାୟକ ଅରୁଣ ସାହୁ, ବିଧାୟକ ବିଶ୍ବରଂଜନ ମଲ୍ଲିକ ଙ୍କ ସହ ଦଳୀୟ କର୍ମୀ ମାନେ ଡିଜି କ୍ୟାମ୍ପ ଅଫିସରେ ଆସି ଡିଜି ଙ୍କୁ ଦାବିପତ୍ର ଦେଇଛନ୍ତି ।

    ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ର ପରିସ୍ଥିତି ଯେଉଁ ଚରମ ଅବଗତି ହୋଇଛି ସେନେଇ ଡିଜିକୁ ଜଣାଇଛନ୍ତି। ନିର୍ବାଚନକୁ ୧୦ ମାସ ବିତିଯାଇଥିଲେ ମଧ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଯେଉଁ ଭଳି ଅପରାଧ ମୂଳକ କାର୍ଯ୍ୟ ସୃଷ୍ଟି କରାଯାଉଛି ସେନେଇ ଆଲୋଚନା କରିଛନ୍ତି ।

    ନିର୍ବାଚନ ପରେ ଆଜି ପର୍ଯ୍ୟନ୍ତ ୮ ଟି ଘଟଣା ଘଟିଲାଣି ସେ ସମ୍ପର୍କରେ ଯାଜପୁର ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରିଛି ବିଜେଡି। ଏହା ସହ ପୂର୍ବତନ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ନେଇ ଡିଜିଙ୍କ ସହ ଆଲୋଚନା କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ