Friday, March 20, 2026
21.7 C
Odisha

    ଡିଜିଟାଲ ଗଙ୍ଗା ସ୍ନାନର ବିଜ୍ଞାପନ ପ୍ରତି ସତର୍କ ରୁହନ୍ତୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ ମେଳା ଚାଲିଛି। ଏଯାବତ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇ ଖୁସି ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି‌‌ଲୋକ ପ୍ରବଳ ଭିଡ଼ ହେତୁ ମହାକୁମ୍ଭରେ ପହଞ୍ଚି ପାରୁ ନାହାନ୍ତି।
    ରାସ୍ତାରେ ସେମାନଙ୍କୁ ଟ୍ରାଫିକ ଜାମ ହେତୁ ନାହିଁ ନଥିବାର ଭିଡ଼ର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁ କାରଣରୁ ଉକ୍ତ ଶ୍ରଦ୍ଧାଳୁମାନେ ଏଯାବତ ସଙ୍ଗମରେ ସ୍ନାନ କରି ପାରି ନାହାନ୍ତି। ଏଥିପାଇଁ ଶ୍ରଦ୍ଧାଳୁ ୫୦୦ଟଙ୍କା ପଠାଇ ନିଜର ଫ‌ଟୋ ଓ ହ୍ବାଟସଆପ କରିବାକୁ ହେବ । ଯାହାର ପ୍ରିଣ୍ଟ ବାହାର କରାଯାଇ ଗଙ୍ଗାରେ ଭସାଇ ଦିଆଯିବ। ଗଙ୍ଗାରେ ଯେଉଁ ଲୋକଙ୍କ ନାମ ଥିବା ପ୍ରିଣ୍ଟ ଭସାଯିବ ଉକ୍ତ ଲୋକଙ୍କୁ ପୁର୍ଣ୍ଣ୍ୟ ମିଳିଯିବ।

    ଏହି ପୋଷ୍ଟରରେ ଦିଆଯାଇଥିବା ନମ୍ବରରେ କିଛି ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଯୋଗୋଯୋଗ କରିବାକୁ ଚେଷ୍ଟା କରିଥିଲେ ‌କୌଣସି ପ୍ରକାର ଉତ୍ତର ମିଳି ନଥିଲା। ତେଣୁ ଲୋକଙ୍କୁ ଏପୋଷ୍ଟର ପ୍ରତି ସ‌ଚେତନ କରାଇ ଜାଗୃଦ କରାଯାଇଛି କି , ‘ଅନଲାଇନରେ ଆସୁଥିବା ଏଭଳି ପୋଷ୍ଟ ଉପରେ ବିଶ୍ବାସ କରନ୍ତୁ ନାହିଁ। କାରଣ ଯୋଗୀ ସରକାର ଏପରି କିଛି ବ୍ୟବସ୍ଥାର ଘୋଷଣା କରି ନାହାନ୍ତି। ଏହା ଅନଲାଇନ ଜରିଆରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରାଯାଉଛି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ