Thursday, October 15, 2026
28 C
Odisha

    ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ

    ଆଗକୁ ପଢନ୍ତୁ

    ଜୁରିଚ୍‌ : ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ କୋଚ୍‌ମାନେ ଅଧିକ ସୁଯୋଗ ପାଇବେ। ଫିଫା କହିଛି, ମହିଳା ଟୁର୍ନାମେଣ୍ଟଗୁଡ଼ିକରେ ପ୍ରତ୍ୟେକ ଦଳରେ ଅତିକମ୍‌ରେ ଜଣେ ମୁଖ୍ୟ କୋଚ୍‌ କିମ୍ବା ସହକାରୀ କୋଚ୍‌ ରହିବେ। ୨୦୨୩ ମହିଳା ବିଶ୍ୱକପ୍‌ରେ ଭାଗ ନେଇଥିବା ୩୨ଦଳ ମଧ୍ୟରୁ ମାତ୍ର ୧୦ଟିରେ ଜଣେ ମହିଳା ମୁଖ୍ୟ କୋଚ୍‌ ଥିଲେ। ସେମାନଙ୍କ ମଧ୍ୟରେ ଫାଇନାଲରେ ପରାଜିତ ଇଂଲଣ୍ଡ ଦଳର ସାରିନା ଓ୍ବିଗ୍‌ମାନ ଅନ୍ୟତମ।

    ଫିଫାର ଚିଫ୍‌ ଫୁଟ୍‌ବଲ ଅଫିସର ଜୁଲ୍‌ ଏଲିସ୍‌ ତାଙ୍କର ଏକ ବିବୃତିରେ କହିଛନ୍ତି, ଆମକୁ ଅଧିକ କାମ କରିବାକୁ ହେବ,ପରିବର୍ତ୍ତନର ବେଗ ଦ୍ରୁତତର ହେବ। ୟୁରୋପୀୟ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ୟୁଫା’ ମହିଳା ଖେଳକୁ ଅଧିକ ଉନ୍ନତ କରିପାରିଛି।

    ମହିଳା ୟୁରୋପିଆନ ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ୧୬ଟି ଦଳ ମଧ୍ୟରୁ ଯଦିଓ ୭ଟି ଦଳରେ ଜଣେ ଲେଖାଏ ମହିଳା ମୁଖ୍ୟ କୋଚ୍‌ ଅଛନ୍ତି, ଯେଉଁ ଦଳରେ ପୁରୁଷ ମୁଖ୍ୟକୋଚ୍‌ ଅଛନ୍ତି, ସେହି ଦଳରେ ଜଣେ ମହିଳା କୋଚ୍‌ ଅନିବାର୍ଯ୍ୟ। ଓ୍ବିଗ୍‌ମ୍ୟାନଙ୍କ ନେତୃତ୍ୱରେ ଇଂଲଣ୍ଡ ୟୁରୋପିଆନ ଟାଇଟଲ ବଜାୟ ରଖିଥିଲା, ଯାହା କି ତାଙ୍କର କ୍ରମାଗତ ତୃତୀୟ।

    ୧୯୯୭ରୁ ଚାଲିଥିବା ଏହି ଟୁର୍ନାମେଣ୍ଟରେ ଜଣେ ମହିଳା ମୁଖ୍ୟ କୋଚ୍‌ ଭାବେ କ୍ରମାଗତ ୮ମ ଟାଇଟଲ। ୟୁରୋପୀୟ ନୀତିକୁ ସମଗ୍ର ବିଶ୍ୱସ୍ତରରେ ପ୍ରସ୍ତାର କରିବାକୁ ଫିଫା ଚାହେଁ ବୋଲି ଏଲିସ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ