Sunday, October 18, 2026
24.8 C
Odisha

    ଡିଜିଟାଲ ପେମେଣ୍ଟ ବେଳେ ଠକେଇରୁ କିପରି ସୁରକ୍ଷିତ ରହିବେ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତର ଡିଜିଟାଲ୍ ପେମେଣ୍ଟ ବିପ୍ଳବକୁ ଆଗକୁ ବଢ଼ାଉଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଡିଜିଟାଲ୍ ପେମେଣ୍ଟ ଉପଭୋକ୍ତାଙ୍କ ସୁରକ୍ଷା ସୁଦୃଢ଼ କରିବା ପାଇଁ ‘ଷ୍ଟପ୍, ଥିଙ୍କ୍, ଆକ୍ଟ’ ନୀତିକୁ ସାମିଲ କରାଯାଇଛି। ଡିଜିଟାଲ୍ କାରବାର ବଢ଼ିବା ସହିତ ଏନପିସିଆଇ ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏବଂ ଠକାମିରୁ ସୁରକ୍ଷିତ ରହିବା ପାଇଁ ଉତ୍ତମ ପରିଚାଳନା ଅବଲମ୍ବନ କରିବାକୁ ଅନୁରୋଧ କରିଛି। ଏନପିସିଆଇର ଚିଫ୍ ରିସ୍କ ଅଫିସର ବିଶ୍ୱନାଥ କୃଷ୍ଣମୂର୍ତ୍ତି କହିଛନ୍ତି ଯେ, ‘ସୋସିଆଲ୍ ଇଞ୍ଜିନିୟରିଂ ହେଉଛି ଯେତେବେଳେ ଠକମାନେ ଲୋଭ, ଭୟ ଏବଂ ଅଜ୍ଞତା ଭଳି ମାନବୀୟ ପ୍ରବୃତିକୁ ବ୍ୟବହାର କରି ଉପଭୋକ୍ତାମାନଙ୍କୁ ଠକିବାକୁ ଚେଷ୍ଟା କରନ୍ତି। ସେମାନେ ଉପଭୋକ୍ତାଙ୍କୁ ବିଶ୍ୱାସଯୋଗ୍ୟ ଦେଖାଯାଉଥିବା କାରବାର ଅନୁମୋଦନ କରିବାକୁ ପ୍ରଲୋଭିତ କରନ୍ତି । ତେଣୁ ଡିଜିଟାଲ୍ ପେମେଣ୍ଟକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଏବଂ ଠକାମିରୁ ଦୂରେଇ ରହିବା ଗୁରୁତ୍ୱପୂର୍ଣ୍ଣ।
    କିପରି ସୁରକ୍ଷିତ ରହିବେ?
    ୟୁପିଆଇରେ ମଜଭୁତ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଠକମାନେ ସୋସିଆଲ୍ ଇଞ୍ଜିନିୟରିଂ କୌଶଳ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ତେଣୁ, ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏନ୍ପିସିଆଇ ପରାମର୍ଶ ଦେଇଛି:
    • ଷ୍ଟପ୍ (ଅଟକିଯାଆନ୍ତୁ): ଅପ୍ରତ୍ୟାଶିତ ଫୋନ୍, ମେସେଜ୍ କିମ୍ବା ଇମେଲ୍ ଆସିଲେ ତାହାର ଉତ୍ତର ଦେବା ପୂର୍ବରୁ ଅଟକନ୍ତୁ।
    • ଥିଙ୍କ (ଭାବନ୍ତୁ): ଦାବିକୁ ଯାଞ୍ଚ କରନ୍ତୁ, କମ୍ପାନିର ଅଫିସିଆଲ୍ ୱେବସାଇଟ୍ କିମ୍ବା ଗ୍ରାହକ ସେବା ହେଲପଲାଇନ୍ ସହିତ ଯୋଗାଯୋଗ କରନ୍ତୁ।
    • ଆକ୍ଟ (ପଦକ୍ଷେପ ନିଅନ୍ତୁ): ସନ୍ଦେହଜନକ ଅନୁରୋଧକୁ ଅଗ୍ରାହ୍ୟ କରନ୍ତୁ ଏବଂ ଠକାମିର ପ୍ରୟାସ ବିଷୟରେ ସମ୍ବନ୍ଧିତ ପ୍ରାଧିକରଣକୁ ତୁରନ୍ତ୍ ଅବଗତ କରନ୍ତୁ।
    କିଭଳି ଠକାମି ବିଷୟରେ ଜଣାଇବେ?

    ଠକାମି ସନ୍ଦେହ ହେଲେ ଉପଭୋକ୍ତାମାନେ ତୁରନ୍ତ୍ ଘଟଣା ବିଷୟରେ ଜଣାଇବା ଉଚିତ୍। ସନ୍ଦେହଜନକ ମାମଲା ଜାତୀୟ ସାଇବର୍ ଅପରାଧ ହେଲପଲାଇନ୍ (୧୯୩୦) କିମ୍ବା ନ୍ୟାସନାଲ୍ ସାଇବର୍ କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ https://cybercrime.gov.inରେ ରିପୋର୍ଟ୍ କରାଯାଇପାରିବ। ସେହିପରି ବ୍ୟାଙ୍କକୁ ମଧ୍ୟ ରିପୋର୍ଟ୍ କରିବା ଉଚିତ୍। ଏହା ବ୍ୟତୀତ ମେସେଜ୍, ସ୍କ୍ରିନସଟ୍ ଏବଂ ଅନ୍ୟାନ୍ୟ ପ୍ରମାଣ ସଂରକ୍ଷିତି ରଖିବା ଅଧିକାରୀମାନଙ୍କୁ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ସଚେତନ ଏବଂ ସଜାଗ ରହି ଉପଭୋକ୍ତାମାନେ ଡିଜିଟାଲ୍ ପେମେଂଟ୍ ସୁବିଧା ଉପଭୋଗ କରିବା ସହିତ ନିଜ ଟଙ୍କା ସୁରକ୍ଷିତ ରଖିପାରିବେ। ୟୁପିଆଇ ଭାରତର ସମସ୍ତ ଲୋକଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁନିଶ୍ଚିତ ଡିଜିଟାଲ୍ ପେମେଂଟ୍ ଅନୁଭୂତି ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ