Thursday, April 2, 2026
26 C
Odisha

    ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ଡିଜିସିଏର ଡିଜି ଭାବେ ନିଯୁକ୍ତ କରାଯାଇଛି । ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଏନେଇ ଅନୁମୋଦନ ହୋଇଛି ।

    ଏୟାର ଟ୍ରାଫିକ୍, ବିମାନ ବାତିଲ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ଚ୍ୟାଲେଞ୍ଜ୍ ମଧ୍ୟରେ ସେ ନୂଆ ଦାୟିତ୍ୱ ନେବେ । ଏହି ସବୁ ପ୍ରସଙ୍ଗରେ ତାଙ୍କର ଅଧିକ ଫୋକସ ରହିବ ବୋଲି କୁହାଯାଉଛି ।

    ବୀର ବିକ୍ରମ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ୧୯୯୬ ବ୍ୟାଚ ଓଡିଶା କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ । ପୂର୍ବରୁ ବୀର ବିକ୍ରମ ଓଡିଶା ସରକାରଙ୍କ ପୂର୍ତ୍ତ ସଚିବ, ଯୋଗାଣ ସଚିବ ଏବଂ ବିଜ୍ଞାନ ଓ କାରିଗରୀ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ ।

    ବର୍ତ୍ତମାନ ବୀର ବିକ୍ରମ ଯାଦବ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ