Friday, May 22, 2026
34.5 C
Odisha

    ଡିଜିସିଏ ନିର୍ଦ୍ଦେଶରେ ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଛି ଇଣ୍ଡିଗୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ଗତକାଲିଠାରୁ କିଛିକାଂଶରେ ସୁଧାର ଆଣିଛି ଇଣ୍ଡିଗୋ । ସାମାନ୍ୟ ଟଳିଛି ସଂକଟ । ଇଣ୍ଡିଗୋ କହିଛି, ଗତକାଲି ୧୫ଶହ ଫ୍ଲାଇଟ ଉଡ଼ାଣ ଭରିଥିଲା । ଆଜି ସଂଖ୍ୟା ବଢ଼ିବ । ଆଜି ୧୬୫୦ ଫ୍ଲାଇଟ୍ ଅପରେଟ୍ କରିବାକୁ ଯୋଜନା କରିଛି ଏୟାରଲାଇନ୍ସ ।

    ଗତକାଲି ନିର୍ଦ୍ଧାରିତ ସମୟରେ ୭୫ ପ୍ରତିଶତ ବିମାନ ଉଡ଼ାଣ ଭରିଥିବା ଦାବି କରିଛି କମ୍ପାନୀ। ସେହିପରି ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଛି ଇଣ୍ଡିଗୋ । ଟିକେଟ ମୂଲ୍ୟ ଗତକାଲି ରାତି ୮ଟା ସୁଦ୍ଧା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲା ଡିଜିସିଏ । ଅନ୍ୟପଟେ ଡିସେମ୍ବର ୧୫ ପର୍ଯ୍ୟନ୍ତ ମାଗଣା ରିସିଡ୍ୟୁଲ ପାଇଁ ଯାତ୍ରୀଙ୍କୁ ଅଫର ଦେଇଛି ଇଣ୍ଡିଗୋ । ଆଜିକୁ ୭ ଦିନ ହେଲା ସଂକଟ ଦେଇ ଗତି କରୁଛି ଇଣ୍ଡିଗୋ । ପ୍ରତିଦିନ ଶହଶହ ବିମାନ ବାତିଲ ହେବା ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34.5 ° C
    34.5 °
    34.5 °
    36 %
    1.6kmh
    11 %
    Fri
    45 °
    Sat
    44 °
    Sun
    45 °
    Mon
    45 °
    Tue
    45 °

    ସମ୍ବନ୍ଧିତ