Thursday, March 26, 2026
37.1 C
Odisha

    ଡିଟକ୍ସ ଡାଏଟ କଣ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଓଜନ ହ୍ରାସ ପାଇଁ ଡିଟକ୍ସ ଡାଏଟ ଖୁବ ଉପଯୋଗୀ। ଏହା କେବଳ ଓଜନ ହ୍ରାସ କରିନଥାଏ, ଶରୀରରେ ବ୍ୟାଡ଼ ଟକ୍ସିନକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଏହି ଡିଟକ୍ସ ଡାଏଟ ମାତ୍ର ୫ଦିନ ପାଇଁ ଗ୍ରହଣ କରିବା ଜରୁରୀ ଅଟେ।

    ଡିଟକ୍ସ ଡାଏଟ କଣ, ଏହାର କାମ କଣ?
    ଡିଟକ୍ସ ଡାଏଟର ମୁଖ୍ୟ ଉଦେଶ୍ୟ ଶରୀରରୁ ଖରାପ ଫ୍ୟାଟ୍ସକୁ ବାହାର କରିଥାଏ ଏବଂ ମେଟାବୋଲିଯିମ ବୃଦ୍ଧି କରିଥାଏ। ଏହି ଡାଏଟ ପ୍ରାକୃତିକ ଫଳ, ପନିପରିବା ଓ ଜୁସକୁ ନେଇ ଅଧାରୀତ ଅଟେ। ଯାହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପୋଷଣ ମଧ୍ୟ ମିଳିଥାଏ।

    ଗୋଟିଏ ସପ୍ତାହର ଡିଟକ୍ସ ଡାଏଟ ପ୍ଲାନ –

    ପ୍ରଥମ ଦିନ – ଫଳ ଓ ପାଣିରୁ ଆରମ୍ଭ କରନ୍ତୁ।
    ସକାଳ ଉଷୁମ ପାଣି ସହିତ ଲେମ୍ବୁରୁ ଆରମ୍ଭ କରନ୍ତୁ।ଜଳଖିଆରେ ପାଚିଲା ଅମୃତଭଣ୍ଡା ଓ ତରଭୁଜ ଖାଆନ୍ତୁ।
    ମଧ୍ୟାହ୍ନରେ କମଳା, ସେଓ ଓ ସାଲାଡ଼
    ସନ୍ଧ୍ୟାରେ ପଇଡ଼ ପାଣି
    ରାତ୍ରି ଭୋଜନରେ ସିଝା କନ୍ଦମୂଳ ଏବଂ ଗ୍ରୀନ ଟି

    ଦ୍ଵିତୀୟ ଦିନ – ବିଭିନ୍ନ ପ୍ରକାର ପାରିବା
    ସକାଳ ଉଷୁମ ପାଣି ଓ ଅଦା ରସାରୁ ଆରମ୍ଭ କରନ୍ତୁ।
    ଜଳଖିଆରେ – କାକୁଡି, ଟମାଟୋ ଓ ପାଳଙ୍ଗ ଜୁସ
    ମଧ୍ୟାହ୍ନ ଭୋଜନ – ଷ୍ଟିମ ହୋଇଥିବା ବିଭିନ୍ନ ପରିବା
    ସନ୍ଧ୍ୟାରେ – ଗାଜର ଓ ବିଟ ରୁଟ ଜୁସ
    ଡିନରରେ – ଭେଜିଟେବୁଲ ସୁପ

    ତୃତୀୟ ଦିନ – ଫଳ ଓ ପାନିପରିବା
    ସକାଳେ ଗ୍ରୀନ ଟି ‘
    ଜଳଖିଆରେ କଦଳୀ ଓ ଷ୍ଟ୍ରବେରୀ ସ୍ମୁଦି
    ଲଞ୍ଚରେ ମିକ୍ସ ଭେଜିଟେବୁଲ ସାଲାଡ଼
    ସନ୍ଧ୍ୟାରେ କମଳା ଜୁସ
    ଡିନରରେ ବ୍ରଙ୍କୋଳୀ ଓ କନ୍ଦମୂଳ ସିଝା

    ଚତୁର୍ଥ ଦିନ – ଲୀକୁଇଡ଼ ଡାଏଟ
    ଜଳଖିଆରେ ସେଓ ରସ
    ଲଞ୍ଚରେ ଗାଜର ଓ ଟମାଟୋ ଜୁସ
    ସନ୍ଧ୍ୟାରେ ପଇଡ଼ ପାଣି
    ଡିନରରେ ପାଳଙ୍ଗ ଜୁସ

    ପଞ୍ଚମ ଦିନ – ପ୍ରୋଟିନ ଓ ଫାଇବର
    ସକାଳୁ ହଳଦୀ ପାଣିରୁ ଆରମ୍ଭ
    ଜଳଖିଆରେ ଗୋଟେ ଗିନା ଦହି
    ଲଞ୍ଚରେ ମିକ୍ସ ଭେଜିଟେବୁଲ ଡାଲି
    ସନ୍ଧ୍ୟାରେ ବୁଟ ଭଜା
    ରାତିରେ ସିଝା ମୁଗ ଡାଲି

    – ପାଣି ଅଧିକ ପିଅନ୍ତୁ
    – ଚିନି ଜାତୀୟ ଜିନିଷ ଖାଆନ୍ତୁ ନାହିଁ
    – ଗ୍ରୀନ ଟି ଓ ହର୍ବାଲ ଟି ପିଅନ୍ତୁ
    – ନିୟମିତ ଏକ୍ସରସାଇଜ କରନ୍ତୁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ