Monday, September 28, 2026
22.5 C
Odisha

    ରାଜଧାନୀରେ ଚୋରି ମୋବାଇଲର ପାର୍ଟ୍ସ ବିକ୍ରି ଦୋକାନ, ୩୦ରୁ ଅଧିକ ସ୍ମାର୍ଟ ଫୋନ ସହ ୩ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଧରାପଡ଼ିଲା ଚୋରି ମୋବାଇଲର ଚୋରା ନେଟୱର୍କ । ୩୦ରୁ ଅଧିକ ସ୍ମାର୍ଟ ଫୋନ ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ରାଜଧାନୀରେ ଚୋରି ମୋବାଇଲର ପାର୍ଟ୍ସ ବିକ୍ରି ଦୋକାନ । ସାମ୍ନାକୁ ଆସିଛି ଚୋରି ମୋବାଇଲ ପାର୍ଟସ ବିକ୍ରିର ଚୋର ମାର୍କେଟ । ଛିନତାଇ ଗ୍ୟାଙ୍ଗ ଠୁ କିଣୁଥିଲେ ମୋବାଇଲ ଫୋନ । ଚୋରି ମୋବାଇଲର ପାର୍ଟସକୁ କାଢ଼ି ମୋବାଇଲ ରିପାୟର ଦୋକାନରେ ହେଉଥିଲା ବେପାର ।

    ଦୁଇ ହଜାର ଟଙ୍କାରେ ମୋବାଇଲ କିଣି ବଜାରରେ ୧୦ରୁ ୧୫ହଜାର ପର୍ଯନ୍ତ ମୁନାଫା କରୁଥିଲେ ଦୋକାନୀ । ଏମିତି ଏକ ରାକେଟକୁ ଠାବ କରିଛି ପୋଲିସ । ଯେକି ଛିନତାଇ ଗ୍ୟାଙ୍ଗକୁ ଦେଉଥିଲା ପ୍ରଶୟ । ଚୋରି ମୋବାଇଲରୁ ପାର୍ଟସ କାଢ଼ି ବଜାରରେ କରୁଥିଲା ବିକ୍ରି । ନୟାପଲ୍ଲୀ ଭୋଇ ସାହିର ଏକ ସେକେଣ୍ଡ ହ୍ୟାଣ୍ଡ ଦୋକାନରେ ଚାଲୁଥିଲା କାରବାର । ମୋବାଇଲ ଦୋକାନୀକୁ ଗିରଫ ସହ ଏହି ଛିନତାଇ ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ