Monday, January 12, 2026
27.3 C
Odisha

    ତଟ ସୁରକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ ସଚେତନ

    ଆଗକୁ ପଢନ୍ତୁ

    ପୁରୀ: ତଟ ସୁରକ୍ଷା କ୍ଷେତ୍ରରେ ମତ୍ସ୍ୟଜୀବୀଙ୍କୁ ଅଧିକ ସଚେତନ କରିବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ପୁରୀ ଜିଲ୍ଲାର ପୋଲିସ ପ୍ରଶାସନ ଓ ମେରାଇନ ପୋଲିସ ସହଯୋଗରେ ଅନୁଷ୍ଠିତ ହୋଇଛି କାର୍ଯ୍ୟକ୍ରମ । ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ପ୍ରତି ମାସରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବ ।

    ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୋଷ୍ଠୀ ସହଭାଗିତାର ଆବଶ୍ୟକତା ରହିଛି । ପୁରୀ ଜିଲ୍ଲାରେ କୌଣସି ବାଂଲାଦେଶୀ ଅନୁପ୍ରବେଶକାରୀ ନାହାନ୍ତି । କେବଳ କିଛି ବଙ୍ଗୀୟ ଶରଣାର୍ଥୀ ଅଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । କୌଣସି ସୂଚନା ଓ ତଥ୍ୟ ଆସିଲେ ସେମାନଙ୍କ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ଯାଞ୍ଚ କରାଯାଉଛି । ପୁରୀ ଜିଲ୍ଲା ପୋଲିସ ସହ ମାରାଇନ୍ ଥାନା ପୋଲିସ କଡ଼ା ନଜର ରଖିଥିବା ସୂଚନା ଦେଇଛନ୍ତି ତଟ ସୁରକ୍ଷା ଆଇଜି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.3 ° C
    27.3 °
    27.3 °
    18 %
    2.5kmh
    0 %
    Mon
    25 °
    Tue
    28 °
    Wed
    28 °
    Thu
    30 °
    Fri
    30 °

    ସମ୍ବନ୍ଧିତ